News

ଟିଏମସି ପ୍ରାର୍ଥିପତ୍ର ତାଲିକାରେ ୪୧ ପ୍ରତିଶତ ମହିଳା

tmc

ଟିଏମ୍‌ସି ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ସମୁଦାୟ ୪୨ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହି ପ୍ରାର୍ଥୀ ତାଲିକାରେ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ୍‌ଙ୍କ ପରି ଲୋକପ୍ରିୟ ବଙ୍ଗଳା ଅଭିନେତ୍ରୀଙ୍କ ସମେତ ୪୧ ପ୍ରତିଶତ ମହିଳାଙ୍କ ନାମ ରହିଛି।

ଏଥିରେ ମୁନମୁନ ସେନଙ୍କ ସମେତ ତିନି ଜଣ ଲୋକପ୍ରିୟ ଫିଲ୍ମ ଅଭିନେତ୍ରୀଙ୍କୁ ମମତା ଲୋକସଭା ପ୍ରାର୍ଥି ଭାବେ ବାଛିଛନ୍ତି। ମମତାଙ୍କ ଏହି ପଦକ୍ଷେପକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ପ୍ରଶଂସା କରିଛନ୍ତି।

ଅନ୍ୟପଟେ,ଏଥର କିଛି ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ମିଳିବା ସହ ୧୦ ଜଣ ଟିଏମ୍‌ସି ସାଂସଦଙ୍କୁ ବାଦ୍ ଦେଇଛନ୍ତି ମମତା। ସେହିପରି ଝାଡ଼ଖଣ୍ଡ, ଆସାମ, ଓଡ଼ିଶା, ବିହାର ଏବଂ ଆଣ୍ଡାମାନ୍‌ରେ ଟିଏମ୍‌ସି ନିର୍ବାଚନ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥର ନିର୍ବାଚନ ଖୁବ୍‌ ଚ୍ୟାଲେଞ୍ଜିଂ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହଟାଇବା ହିଁ ତାଙ୍କ ଦଳର ପ୍ରମୁଖ ଲକ୍ଷ୍ୟ ବୋଲି କହିଛନ୍ତି ମମତା।

ପଢନ୍ତୁ;ଚୀନ ବିରୋଧ ନକଲେ ଅନ୍ତଃରାଷ୍ଟ୍ରୀୟ ଆତଙ୍କୀ ଘୋଷିତ ହୋଇପାରେ ମସୁଦ ଆଜହର

Related posts

ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ

ENO Beuro

ସହିଦ ଅଚ୍ୟୁତାନନ୍ଦଙ୍କୁ ସ୍ମରଣ କଲେ ମୋଦି,କହିଲେ କଂଗ୍ରେସ ପାଇଁ ମାଓବାଦୀ ହେଉଛନ୍ତି ବିପ୍ଳବୀ

ENO Beuro

ଅଧା ଓଡିଶାରେ ଆଜି ଢାଳିବ,୧୬ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପାରେ

ENO Beuro

Leave a Comment