26 C
Bhubaneswar
October 1, 2020
EnewsOdia.Com
ନ୍ୟୁଜ୍

ନାବାଳକକୁ ଗାଡି ଚାଳନା ପଡିଲା ମହଙ୍ଗା

ରଙ୍ଗ ରୁଟ୍‌ରେ ଯାଇ ଫସିଲେ ନାବାଳକ।  ନାବାଳକ ବାଇକ୍ ଚାଳକଙ୍କ ଉପରେ  ମୋଟା ଅଙ୍କର ଜରିମାନା କଷିଛି ପରିବହନ ବିଭାଗ ।  ନାବାଳକ ଚଳାଉଥିବାର ଗାଡ଼ିରୁ ୪୨, ୫୦୦ ଟଙ୍କାର ଫାଇନ୍ କାଟିଲା ଭଦ୍ରକ ଆରଟିଓ ।  ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ କହରାପୋଖରୀ ଛକ ନିକଟରେ ଗୋଟିଏ ହୀରୋହୁଣ୍ଡା ଗ୍ଲାମର ଗାଡ଼ିରେ ୩ ଜଣ କଲେଜ ଛାତ୍ର ଯିବା ସହ ରଙ୍ଗ ରୁଟରେ ଗାଡ଼ି ଚଳାଉଥିଲେ । କେବଳ ଏତିକି ନୁହେଁ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ କଲେଜ ଛାତ୍ର ।  ଦ୍ରୁତ ଗାଡ଼ଚାଳନା ଦେଖି ତିନି ଜଣଙ୍କୁ ଅଟକାଇ କାଗଜ ପତ୍ର ଯାଂଚ କରାଯାଇଥିଲା । କେବଳ ଏତିକି ନୁହେଁ ଗାଡ଼ିରେ ବସିଥିବା ତିନି ଜଣ ଯାକ ଛାତ୍ର ନାବାଳକ ଥିଲେ ବୋଲି ଆଧାର କାର୍ଡ଼ ଦେଖିବା ପରେ ଜଣାପଡ଼ିଥଇଲା ।

ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି । ଏହା ସତ୍ତ୍ୱେ ଚେତୁନାହାନ୍ତି ଲୋକେ । ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି । ସୂଚନାଯୋଗ୍ୟ, ଏହି ପରିମାଣର ଚାଲାଣ ଭଦ୍ରକ ଜିଲ୍ଲାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ଧରଣର । ନାବାଳକଜଣକଙ୍କର ଆଧାରକାର୍ଡ ରଖି  ଟ୍ରାଫିକ୍ ଇନ୍ସପେକ୍ଟର ତାଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି।

ପଢନ୍ତୁ: ମାଗଣା ସେବା ଦେଉଛି ରାପିଡୋ

Related posts

ମୃତ୍ୟୁର ସୌଦାଗର ଆଇଏସ ମୁଖ୍ୟ ଅଲ-ବାଗଦାଦି ନିହତ

Ratnamani Maharana

ଆଜିଠୁ ଖଣ୍ଡଗିରିରେ ଯାତ୍ରା ମହାସମର

Ratnamani Maharana

ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More