• Home
  • News
  • କର୍ଣ୍ଣାଟକର ଉଡୁପିରେ ଏକ ନୂତନ ବିଶ୍ଵ ରେକର୍ଡ
News

କର୍ଣ୍ଣାଟକର ଉଡୁପିରେ ଏକ ନୂତନ ବିଶ୍ଵ ରେକର୍ଡ

କର୍ଣ୍ଣାଟକର ଉଡୁପୀରେ ମେଲ୍ପ ସମୁଦ୍ର କୂଳରେ ପ୍ରାୟ ୪୫୦୦ ଛାତ୍ର-ଛାତ୍ରୀ ଶନିବାର ନୂତନ ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି। ଏହି ସବୁ ଛାତ୍ର ‘ସେଭ ନେଚର ଫର ଫ୍ୟୁଚର’ ର ବ୍ୟାଚ୍ ପିନ୍ଧିଥିଲେ ଏବଂ ସମୁଦ୍ର ଲହଡିରୁ ଉଠୁଥିବା ଶବ୍ବ ମଧ୍ୟରେ ପ୍ରାୟ ୫ ମିନିଟ୍ ପର୍ୟ୍ୟନ୍ତ  ବନ୍ଦେ ମାତରମ ଗାନ କରିଥିଲେ। ଏହାକୁ ଏବେ ଗୋଲ୍ଡେନ ବୁକ୍ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲ କରାଯିବ।  ଏହି ପ୍ରକ୍ରିୟାରେ ୨୩ଟି କଲେଜର ଛାତ୍ର ସାମିଲ ଥିଲେ।

ସ୍ୱାମୀ ବିବେକାନନ୍ଦଙ୍କର ୧୫୫ତମ ଜୟନ୍ତୀରେ ସାୱେଦନା ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।

ଏହି ସମୟରେ କେ.ସୁରେଖା , ରବିନ୍ଦ୍ର ପ୍ରଭୁ , ସୁରେଖା ହେଗଡେ, ସୁହାନା ସୈୟଦ , ଯଶବନ୍ତ , ଜଗଦୀଶ ପୁଟ୍ଟରୁ , ବୈଷ୍ଣବୀ ମଣିପାଳ , ରାଜେଶ , ରାଜେଶ ଶ୍ୟାନୁଭାଗ , ନିଖିଲ ତାବରୋଙ୍କ ଭଳି ରାଜ୍ୟ ସ୍ତରର ଗାୟକମାନେ ଓ ୨୨ଜଣ ଅନ୍ୟ ସିଙ୍ଗର ଅଂଶ ଗ୍ରହଣ କରିଥିଲେ ।

ଗୋଲ୍ଡେନ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡ ଦିଲ୍ଲୀର ମୁଖ୍ୟ ଆୟୋଜକ ସନ୍ତୋଷ ଅଗ୍ରଓ୍ଵାଲ ଉଡୁପୀ ସାଭେଦନ ଫାଉଣ୍ଡେସନକୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। କାର୍ୟ୍ୟକ୍ରମରେ ଆନ୍ଧ୍ର ପ୍ରଦେଶର ଶାରା ରେଡିଅନ୍ସ ସୋସାଇଟିଙ୍କ ପକ୍ଷରୁ ୧୭୫୦ ଫୁଟ ଲମ୍ବା ଏବଂ ୯ ଫୁଟ ଓସାରର ଜାତୀୟ ପତାକା ଉଡ଼ାଯାଇଥିଲା।

କର୍ଣ୍ଣାଟକର ଉଡୁପିରେ ଏକ ନୂତନ ବିଶ୍ଵ ରେକର୍ଡ bande mataram

ପଢନ୍ତୁ ;

ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ଅଟେ । ଜାଣନ୍ତୁ ଏହାର କାରଣ କ’ଣ ?

Related posts

ଆଉ ୯ଟି ସହର ସାମିଲ ହେଲା ସ୍ମାର୍ଟ ସିଟି ତାଲିକାରେ

Krishna Kumar Manoj

ଜେସିବିକୁ ଧକ୍କା ଦେଲା ଏର୍ଣ୍ଣାକୁଲମ-ହାଓ୍ବଡ଼ା ଏକ୍ସପ୍ରେସ୍ ଟ୍ରେନ୍‌

କଂଗ୍ରେସ କର୍ମୀଙ୍କ ଦାଦାଗିରି : ଆଇଟିଆଇ ଛାତ୍ରଙ୍କୁ ଆକ୍ରମଣ, ମଧୁପାଟଣା ଥାନାରେ ଏତଲା !

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More