News

ଓଡ଼ିଆ ପୁଅଙ୍କ ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡ, ପାଟିରେ ରଖିଲେ ୪୫୯ଟି ଷ୍ଟ୍ର

ଓଡ଼ିଆ ପୁଅଙ୍କ ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡ, ପାଟିରେ ରଖିଲେ ୪୫୯ଟି ଷ୍ଟ୍ର

୨୩ ବର୍ଷୀୟ ଓଡିଆ ପୁଅ ମନୋଜ କୁମାର ମହାରଣା ଏକ ନିଆରା ପ୍ରଦର୍ଶନ ଦ୍ଵାରା ନିଜ ନାମକୁ ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡ ରେ ସାମିଲ କରିଛନ୍ତି । ମନୋଜ ପାଟିରେ ସବୁଠୁ ଅଧିକ ଷ୍ଟ୍ର ରଖି  ଏହି କୀର୍ତ୍ତିମାନ ସୃଷ୍ଟି  କରିଛନ୍ତି । ମନୋଜ ପୂର୍ବ ରେକର୍ଡକୁ ଭାଙ୍ଗିବା ପାଇଁ ନିଜ ପାଟିରେ ୪୫୯ଟି ଷ୍ଟ୍ର ରଖିଥିଲେ ଓ ପ୍ରତ୍ୟେକ ଷ୍ଟ୍ରର ପରିଧି ପ୍ରାୟ ୦.୬୪ ସେଣ୍ଟିମିଟର ଥିଲା।

୮ ବର୍ଷ ପୂର୍ବେ ସାଇମନ ଏଲମର ପାଟିରେ ୪୦୦ଟି ଷ୍ଟ୍ର ରଖି ବିଶ୍ଵ ରେକର୍ଡ କରିଥିଲେ। । ସାଇମନଙ୍କ ରେକର୍ଡକୁ ଭାଙ୍ଗିବା ପାଇଁ ମନୋଜ ୪୫୯ଟି ଷ୍ଟ୍ର ବ୍ୟବହାର କରିଥିଲେ । ନିୟମ ମୁତାବକ, ସମସ୍ତ ଷ୍ଟ୍ରକୁ  ତାଙ୍କ ମୁହଁରେ ବିନା କୌଣସି ହାତ ସାହାଯ୍ୟରେ ଅତି କମରେ ୧୦ ସେକେଣ୍ଡ ରଖିବେ ଏବଂ ସେଥିରୁ ଗୋଟିଏ ଷ୍ଟ୍ର ବି ଯେମିତି ପାଟିରୁ ନ ଖସେ । ଏହି ନିୟମକୁ ନଜରରେ ରଖି ମନୋଜ ପ୍ରଦର୍ଶନ କରିଛନ୍ତି ଓ ନୂତନ ବିଶ୍ଵ କୀର୍ତ୍ତିମାନ ସୃଷ୍ଟି କରିପାରିଛନ୍ତି ।

ଓଡ଼ିଆ ପୁଅଙ୍କ ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡ, ପାଟିରେ ରଖିଲେ ୪୫୯ଟି ଷ୍ଟ୍ର

ପଢନ୍ତୁ, ଆସେସ ସିରିଜ ପାଇଁ ଅଷ୍ଟ୍ରେଲିଆ ଚିନ୍ତିତ, ଡେଭିଡ ଓ୍ଵାର୍ଣ୍ଣର ଖେଳିବେ କି ନାହିଁ ନେଇ ଆଶଙ୍କା

Related posts

ଏମ୍ସରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ଜେଟଲୀ!

ENO Beuro

ମାହାଙ୍ଗାରେ ଅଗ୍ନିକାଣ୍ଡ: ବାପା-ମା’ଙ୍କ ଆଗରେ ଜଲିଗଲା ପୁଅ

ENO Beuro

ମ୍ୟାଁମାର ଶକ୍ତିମନ୍ତ୍ରୀଙ୍କୁ ଭେଟିଲେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ENO Beuro

1 comment

Leave a Comment