News

ପଶ୍ଚିମ ଓଡ଼ିଶା ମହାବନ୍ଦ ପାଇଁ ୯ଟି ଟ୍ରେନ୍‌ ବାତିଲ

western odisha

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଏବଂ ସୋନପୁରରେ ଆରମ୍ଭ ହୋଇଛି ଦୁଇ ଦିନିଆ ବନ୍ଦ ପାଳନ। ଆଜି ଓ କାଲି ଦୁଇ ଦିନ ଧରି ଏହି ମହାବନ୍ଦ ପାଳନ କରାଯିବ । ଆନ୍ଦୋଳନ ସମୟରେ ରାତିରେ ମଧ୍ୟ ବନ୍ଦ ପାଳନ କରିବାକୁ ନିଷ୍ପତି ନେଇଛି ସଂଘ । ଏହି ବନ୍ଦ୍ ଡାକରାକୁ ୨ଶହରୁ ଅଧିକ ସଂଗଠନ ସମର୍ଥନ ଦେଇଛନ୍ତି ।

western odisha

ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସମ୍ବଲପୁର -ରାୟଗଡ଼ା- ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ, ସମ୍ବଲପୁର-ପୁରୀ- ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ସମ୍ବଲପୁର-ଝାରସୁଗୁଡ଼ା ପାସେଞ୍ଜର, ସମ୍ବଲପୁର- କେରାପୁଟ/ଜୁନାଗଡ଼ ରୋଡ ପାସେଞ୍ଜର, ଟିଟିଲାଗଡ଼- ସମ୍ବଲପୁର ପାସେଞ୍ଜର, ସମ୍ବଲପୁର ଜାମ୍ମୁ ତାଓ୍ଵି ଏକ୍ସପ୍ରେସ, ରାଉରକେଲା ସମ୍ବଲପୁର ଏକ୍ସପ୍ରେସ, ବିଲାସପୁର- ଟିଟିଲାଗଡ଼ ପାସେଞ୍ଜର ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛିି।

ଇସ୍ପାତ ଟ୍ରେନ ଫେରିଆସିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାତ୍ରୀମାନେ ଟିକେଟ୍ ଟଙ୍କା ଫେରାଇବା ପାଇଁ ଷ୍ଟେସନ ମାଷ୍ଟରଙ୍କୁ ଘେରାଉ କରିଛନ୍ତି ।

ପଢନ୍ତୁ;  ବିବାହ କରିବେ କଂଟ୍ରୋଭର୍ସି କୁଇନ୍ ! ଜାଣନ୍ତୁ କିଏ ହେବେ ରାକ୍ଷୀଙ୍କ ଜୀବନସାଥୀ ?

Related posts

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର,୬ ଆତଙ୍କବାଦୀ ନିହତ

ENO Beuro

ରାଜଧାନୀରେ ଲୋମଟଙ୍କୁରା ହତ୍ୟାକାଣ୍ଡ:ପ୍ରେମିକାଙ୍କୁ ହତ୍ୟା,ଚନ୍ଦକାରୁ ମିଳିଲା ଗଣ୍ଡି, ଖଣ୍ଡଗିରିରୁ ମୁଣ୍ଡ

ENO Beuro

ଚିଟଫଣ୍ଡ୍‌ ସିସୋର ଓ ରୋଜଭ୍ୟାଲି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ENO Beuro

Leave a Comment