ଉତ୍ତରାଖଣ୍ଡ: ଖାତକୁ ବସ୍ ଖସି ୪୮ ମୃତ

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ପ୍ରାୟ ୨୦୦ ମିଟର ଗଭୀର ଖାତ ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡ଼ିବାରୁ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଉ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡର ପାଉରି ଗରୱାଲ୍‌ ଜିଲ୍ଲାର ନୈନିଦଣ୍ଡା ନିକଟରେ ଆଜି ସକାଳେ ଏହି ଘଟଣା ଘଟିଛି। ପୋଲିସ୍ ଓ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି।

ବସଟି ରାମନଗରରୁ ଭୋଆନ ଅଭିମୁଖେ ଯାଉଥିଲା। ତେବେ ବସରେ ବାସ୍ତବରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଅଧିକାଂଶ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ଆହତ ଏବଂ ମୃତବ୍ୟକ୍ତିଙ୍କ ଜ୍ଞାତିମାନଙ୍କୁ ସବୁମତେ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତ ଯାତ୍ରୀମାନଙ୍କୁ ୫୦ ହଜାର ଲେଖାଏଁ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ରାଓ୍ଵତ୍‌।

ପଢନ୍ତୁ; ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ!

ଆଉ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। - 4.4

87%

ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। - 4.4

88%
4.4/5

Very Good!

ଉତ୍ତରାଖଣ୍ଡ: ଖାତକୁ ବସ୍ ଖସି ୪୮ ମୃତ

ପ୍ରାୟ ୨୦୦ ମିଟର ଗଭୀର ଖାତ ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡ଼ିବାରୁ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଉ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡର ପାଉରି ଗରୱାଲ୍‌ ଜିଲ୍ଲାର ନୈନିଦଣ୍ଡା ନିକଟରେ ଆଜି ସକାଳେ ଏହି ଘଟଣା ଘଟିଛି।

No Votes Yet

You're not rated yet