SPORTS

ଚତୁର୍ଥ ଦିନିକିଆ: ଅଷ୍ଟ୍ରେଲିଆ ୪ ୱିକେଟରେ ବିଜୟୀ

i

ଧାୱନଙ୍କ ଶତକ ବୃଥା

ଗତକାଲି ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହା ସହିତ ଶିଖର ଧାଓ୍ଵନଙ୍କ ୧୪୩ ରନ ଫିକା ପଡ଼ି ଯାଇଛି। ଭ୍ରମଣକାରୀ ଦଳର ଏହି ବିଜୟ ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୨-୨ ବରାବର ସ୍ଥିତିରେ ଆସି ପହଞ୍ଚିଛି। ମାର୍ଚ୍ଚ ୧୩ରେ ହେବାକୁ ଥିବା ମ୍ୟାଚ୍ ନିର୍ଣ୍ଣାୟକ ମୁକାବିଲା ହେବାକୁ ଯାଉଛି।

ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୩୫୮ ରନ୍ କରିଥିଲା। ଭାରତ ପକ୍ଷରୁ ଧୱନ୍ ସର୍ବାଧିକ ୧୪୩ (୧୧୫ ବଲ୍, ୧୮ ଚୌକା, ୩ ଛକା) ଓ ରୋହିତ ଶର୍ମା ୯୫ (୯୨ ବଲ୍, ୭ ଚୌକା, ୨ ଛକା) ରନ୍ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ୪୭.୫ ଓଭରରେ ୬ ୱିକେଟ ହରାଇ ୩୫୯ ରନ୍ କରି ବିଜୟୀ ହୋଇଛି।

ଅଷ୍ଟ୍ରେଲିଆ ପିଟର ହ୍ୟାଣ୍ଡସ୍କମ୍ବ(୧୧୭), ଉସମାନ ଖାଓ୍ଵଜା(୯୧) ଓ ଆଷ୍ଟନ ଟର୍ଣ୍ଣର(୮୪) ବଳରେ ୪୭.୫ ଓଭରରେ ୬ ଓ୍ଵିକେଟ୍ ହରାଇ ସହଜରେ ବିଜୟ ହାସଲ କରି ନେଇଛି। ୪୩ ବଲରୁ ଧୂଆଁଧାର ବ୍ୟାଟିଂ କରି ୮୪ ରନ କରି ଦଳକୁ ବିଜୟୀ କରାଇଥିବା ଟର୍ଣ୍ଣର ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

ପଢନ୍ତୁ; ମିଜୋରାମର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ଜଗଦୀଶ ମୁଖୀ

Related posts

ଦ୍ୱିତୀୟ ଟି-ଟ୍ୱେଣ୍ଟି: ଟସ୍‌ ଜିଣି ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲେ ନ୍ୟୁଜିଲାଣ୍ଡ

ENO Beuro

ଇତିହାସ ରଚିଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି

ENO Beuro

ହକି ବିଶ୍ଵକପ: ଆଜି ଅଭିଯାନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ENO Beuro

Leave a Comment