SPORTS

ଚତୁର୍ଥ ଦିନିକିଆ : ରାଇଡୁଙ୍କ ଶତକ, ଭାରତ ୨୨୪ ରନରେ ଜିତିଲା

ଚତୁର୍ଥ ଦିନିକିଆରେ ଭାରତ ୨୨୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ୨-୧ରେ ସିରିଜ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଦିନିକିଆ ଟାଇରେ ଶେଷ ହୋଇଥିଲା। ଏଠାରେ ଭାରତ ପକ୍ଷରୁ ଧାର୍ଯ୍ୟ ୩୭୮ ରନ ବିଜୟ ଲକ୍ଷ୍ୟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୩୬.୨ ଓଭରରେ ୧୫୩ ରନରେ ଅଲଆଉଟ ହୋଇ ଯାଇଥିଲା। ରନ ଦୃଷ୍ଟିରୁ ଏକଦିବସୀୟରେ ଭାରତର ଏହା ତୃତୀୟ ବୃହତ୍‌ ବିଜୟ। ୨୦୦୭ରେ ପୋର୍ଟ ଅଫ୍‌ ସ୍ପେନ୍‌ଠାରେ ବର୍ମୁଡା ବିପକ୍ଷରେ ୨୫୭ ଏବଂ ୨୦୦୮ରେ କରାଚୀଠାରେ ହଂକଂ ବିପକ୍ଷରେ ୨୫୬ ରନର ବିଜୟ ଏହି ତାଲିକାର ଶୀର୍ଷ ଦୁଇସ୍ଥାନରେ ରହିଛି।

west

ଅପରପକ୍ଷରେ ଓ୍ବେଷ୍ଟଇଣ୍ଡିଜ ପାଇଁ ଏହା ଦ୍ୱିତୀୟ ସର୍ବବୃହତ୍‌ ପରାଜୟ। ୨୦୧୫ରେ ସିଡ୍‌ନୀଠାରେ ଦକ୍ଷିଣ ଆଫ୍ରିକାଠାରୁ ୨୫୭ ରନରେ ପରାଜୟ ଦଳ ପାଇଁ ସର୍ବବୃହତ୍‌। ପୂର୍ବରୁ ରୋହିତ ଶର୍ମା ଓ ଅମ୍ବାତି ରାୟୁଡୁଙ୍କ ଶତକ ବଳରେ ଘରୋଇ ଦଳ ୫ ୱିକେଟରେ ୩୭୭ ରନ୍ କରିଥିଲା । ରୋହିତ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଭାରତ: ୩୭୭/୫, ୫୦ ଓଭର (ରୋହିତ ଶର୍ମା ୧୬୨, ଧବନ ୩୮, କୋହଲି ୧୬, ରାୟୁଡୁ ୧୦୦, ଧୋନି ୨୩, କେଦାର ଯାଦବ ଅପରାଜିତ ୧୬, ଜାଡେଜା ଅପରାଜିତ ୭ । ରୋକ୍ ୨/୭୪ ।)

ୱେଷ୍ଟଇଣ୍ଡିଜ୍ : ୧୫୩ ଅଲଆଉଟ୍, ୩୬.୨ ଓଭର (ହେମରାଜ ୧୪, ସାମୁଏଲ୍ସ ୧୮, ହେଟମେୟର ୧୩, ହୋଲଡର ଅପରାଜିତ ୫୪, ପଲ୍ ୧୯, । ଖଲିଲ ଅହମଦ ୫-୦-୧୩-୩, କୁଲଦୀପ ଯାଦବ ୮.୨-୦-୪୨-୩)

ପଢନ୍ତୁ; ମା’ ହେଲେ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା

Related posts

ହାଇଦ୍ରାବାଦକୁ ୧୪ରନ୍ ରେ ହରାଇଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର!

ENO Beuro

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ : କୋହଲି ଓ ପୂଜାରା ନିଜ ସ୍ଥାନ ବଜାୟ ରଖିଲେ , ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଲେ

ENO Beuro

ବିରାଟ କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More