News

ଆସାମରେ ଉଗ୍ରବାଦୀଙ୍କ ଆକ୍ରମଣ, ୫ ସାଧାରଣ ଲୋକଙ୍କ ମୃତ୍ୟୁ

ଦେଶରେ ଉଗ୍ରବାଦୀଙ୍କ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗୁଛି। ଏଥର ଯବନା ନୁହେଁ ବରଂ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଉଗ୍ରବାଦୀମାନେ ସ୍ଥାନୀୟ ତିନିସୁକିଆ ଅଚଂଳରେ ଲୋକଙ୍କୁ ଅପହରଣ କରିନେଇଥିଲେ ଓ ଏହା ପରେ ଗୋଳିମାଡ କରିଥିଲେ ।ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

asam

ଆକ୍ରମଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ସେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପରାମର୍ଶ ଦେଇଛନ୍ତି । ଆସାମ ପୋଲିସ ମହାନିର୍ଦ୍ଦେଶକ ମୁକେଶ ଅଗ୍ରୱାଲ କହିଛନ୍ତି, ଆକ୍ରମଣ ପଛରେ ଉଲ୍ଫା ଉଗ୍ରବାଦୀଙ୍କ ହାତ ଅଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶ୍ୟାମଲାଲ ବିଶ୍ୱାସ, ଅନନ୍ତ ବିଶ୍ୱାସ, ଅବିନାଶ ବିଶ୍ୱାସ, ସୁବୋଧ ଦାସଙ୍କ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି । ମମତା କହିଛନ୍ତି ମୃତକଙ୍କ ସଂପର୍କୀୟଙ୍କୁ ସମବେଦନା ଜଣାଇବା ପାଇଁ ତାଙ୍କ ନିକଟରେ ଭାଷା ନାହିଁ । ସେ କହିଛନ୍ତି ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଦରକାର ।

ସୂଚନାଯୋଗ୍ୟ ଗତ ଅକ୍ଟୋବର ୧୩ରେ ଗୌହାଟୀରେ ବିସ୍ଫୋରଣ ଘଟିଥିଲେ । ଏହି ଘଟଣାରେ ୪ ଜଣ ଲୋକ ପ୍ରାଣ ହରାଇଥିଲେ ।

ପଢନ୍ତୁ; ପୁଣି ଅଡୁଆରେ ଏମ୍‌ ଜେ ଆକବର

Related posts

ଓଡ଼ିଶା ଧର୍ମାନୁଷ୍ଠାନ,ସଂସ୍କୃତିକୁ ଅପମାନ ମହଙ୍ଗା ପଡିଲା,ଜେଲରେ ଆୟାର

ENO Beuro

ଜମ୍ମୁ-କାଶ୍ମୀରରେ ପୁଣି ଆକ୍ରମଣ : ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ , ୭ଜଣ ଯବାନ ଆହତ

ENO Beuro

ଚକଡା ଓ ଅନ୍ୟାନ୍ୟ ରୋଗପୋକ ଆକ୍ରମଣରେ ଫସଲ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More