ପିଲା ଚୋର ଭାବି ୫ଜଣଙ୍କୁ ପିଟି ପିଟି ହତ୍ୟା

ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି

ପିଲା ଚୋରିର ଗ୍ୟାଙ୍ଗ ବୋଲି ଭାବି ୫ ଜଣଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ସମ୍ଭାଳିବାକୁ ଚେଷ୍ଟା ଜାରି ରଖିଛି । ଉକ୍ତ ଘଟଣାରେ ୧୫ ଜଣ ଲୋକଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍। ସେହି ଗ୍ରାମରେ ଲୋକସଂଖ୍ୟା ପ୍ରାୟ ୨୫୦। ତେବେ ଏହି ଘଟଣା ପରେ ଲୋକମାନେ ଗାଁ ଛାଡି ହୋଇଯାଇଛନ୍ତି।

ହତ୍ୟାର ଶିକାର ହୋଇଥିବା ଲୋକମାନେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରୁ ଆସିଥିବା ଜଣାଯାଇଛି। କିନ୍ତୁ ସେମାନେ ଧୁଲେ ଜିଲ୍ଲାକୁ କ’ଣ ପାଇଁ ଆସିଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ଧରି ସ୍ଥାନୀୟ ଅଞ୍ଚଳରେ ପିଲାଚୋରି ଗୁଜବକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ସୋସିଆଲ୍‌ ମିଡିଆ ଜରିଆରେ ଏହି ଗୁଜବ ବ୍ୟାପିଥିବାରୁ ଆଜି ସୁଦ୍ଧା ୩୫ ଜଣ ହତ୍ୟାର ଶିକାର ହେଲେଣି।

ପଢନ୍ତୁ;ଉତ୍ତରାଖଣ୍ଡ: ଖାତକୁ ବସ୍ ଖସି ୪୮ ମୃତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More