ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଗତକାଲି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଘଟିଛି। ଏଥିରେ ୫ ଆତଙ୍କବାଦୀ ପ୍ର୍ରାଣ ହରାଇଛନ୍ତି। ସେହିଭଳି ଗୁଳି ବିନିମୟ ବେଳେ ସ୍ଥାନୀୟ ଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ଢେଲାପଥର ମାଡ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୪ଜଣ ସିଆରପିଏଫ ଯବାନ ଓ ୮ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ।
ସୂଚନାଯୋଗ୍ୟ, ସେମାନେ ପ୍ରବଳ ପଥର ମାଡ଼ କରିବାରୁ ସିଆର୍ପିଏଫ୍ ଯବାନ ସେମାନଙ୍କୁ ଘଉଡ଼ାଇବା ଲୁହବୁହା ଗ୍ୟାସ୍ ସେଲ୍ ପ୍ରୟୋଗ କରିଥିଲେ। ତେବେ ପଥର ମାଡ଼ରେ ୪ ଜଣ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏନ୍କାଉଣ୍ଟରକୁ ବିରୋଧ କରି ହିଂସା ବଢ଼ୁଥିବାରୁ ଦକ୍ଷିଣ କଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଏହା ବ୍ୟତୀତ ବାନିହାଲ ଏବଂ ବାରମୁଳା ମଧ୍ୟରେ ଥିବା ରେଳ ସେବା ମଧ୍ୟ ବନ୍ଦ ରଖାଯାଇଛି।