• Home
  • News
  • ଓଡ଼ିଶା ଆସିବେ ୫ ନୂଆ ଆଇଏଏସ୍‌ ଅଫିସର
News

ଓଡ଼ିଶା ଆସିବେ ୫ ନୂଆ ଆଇଏଏସ୍‌ ଅଫିସର

ନୂଆ ଆଇଏଏସ୍‌ ଅଫିସର ପଠାଇଲେ କେନ୍ଦ୍ର ସରକାର

ଓଡିଶା ପାଇଁ କେନ୍ଦ୍ର ସରକାର ୫ଜଣ ନୂତନ ଆଇଏଏସ୍‌ ଅଫିସର ପଠାଇଛନ୍ତି । ୨୦୧୭ ବର୍ଷ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଅଫିସରମାନେ ଓଡିଶାକୁ ଆସିବେ । ରାଜ୍ୟକୁ ଅତି କମ୍‌ରେ ୧୦ ଜଣ ନୂଆ ଆଇଏଏସ୍‌ ଅଫିସର ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । ଏହି ମର୍ମରେ କେନ୍ଦ୍ର ସରକାର ଏହାର ବିଚାର କରି ରାଜ୍ୟ ସରକାରଙ୍କ ଆକାକ୍ଷାଂକୁ କିଛି ମାତ୍ରାରେ ପୂରଣ କରିଛନ୍ତି ।

କେନ୍ଦ୍ର ସରକାର ମାତ୍ର ୫ଜଣ ନୂତନ ଆଇଏସ୍‌ ପଠାଉଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି । ଏମାନଙ୍କ ମଧ୍ୟରେ ଓଡିଶାର ଦୁଇଜଣ ଓ ଅନ୍ୟ ୩ଜଣ ବାହାର ରାଜ୍ୟର ଥିବା ଜଣାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ପାଇଁ ମୋଟ ୨୩୭ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‌ ପଦବୀ ରହିଛି । ଏଥିମଧ୍ୟରୁ ୧୬୫ଟିରେ ସିଧାସଳଖ ଆଇଏଏସ୍‌ ପାଇଥିବା ଅଧିକାରୀମାନେ ନିଯୁକ୍ତ ହୋଇଥାନ୍ତି ଏବଂ ଅନ୍ୟ ପଦବୀ ଗୁଡିକ ପଦୋନ୍ନତି ଭିତ୍ତିରେ ପୂରଣ ହୋଇଥାଏ । ଏହି ୧୬୫ ପଦବୀ ମଧ୍ୟରୁ ବର୍ତ୍ତମାନ ୩୧ଟି ପଦବି ଖାଲି ପଡିଛି । ଏହାକୁ ଦୃଷ୍ଟିରେ ରଖି ଓଡିଶାକୁ ଅତି କମରେ ୧୦ଜଣ ନୂଆ ଆଇଏଏସ୍‌ ଅଫିସର ପଠାଇବାକୁ ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା ।

ଓଡ଼ିଶା ଆସିବେ ୫ ନୂଆ ଆଇଏଏସ୍‌ ଅଫିସର ias officer

ପଢନ୍ତୁ ;

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ‘ଜାଗା’ ଆରମ୍ଭ

Related posts

ଆମେରିକା ରଚିଲା ଇତିହାସ !ପ୍ରଥମ ଥର ପାଇଁ ମହାକାଶକୁ ଗଲା ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ୍‌ ସ୍ପେସ୍‌ ଏକ୍‌ସ୍‌ର ‘ଫାଲ୍‌କନ୍‌ ହେଭି’

Krishna Kumar Manoj

ମହାନଦୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା : ୨ଲକ୍ଷ ଟଙ୍କା ପାଇଁ ଝିଅ ଓ ତିନି ନାତିନାତୁଣୀକୁ ମାରି ନଦୀରେ ଭସାଇ ଦେଲେ ବାପା

୨୭ ଯାଏ ପ୍ରବଳ ବର୍ଷା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More