News

ସ୍କୁଲ ପିଲାଙ୍କୁ ଦଳିଦେଲା ଟ୍ରକ୍‌ ୫ ମୃତ ,୪ ଗୁରୁତର

ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ଫେରୁଥିଲେ। ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ମାଡ଼ିଗଲା ୧୦ ଚକିଆ ଟ୍ରକ୍‌। ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

ଆଜି ଅପରାହ୍ନରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଜିଲ୍ଲା  ରାଣୀତାଲର ରାହାଞ୍ଜ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଉପରେ। ବାଲେଶ୍ୱର ଆଡ଼ୁ ଆସୁଥିବା ଏକ ଧାନ ବୋଝେଇ ୧୦ ଚକିଆ ଟ୍ରକ୍‌ ମାଡ଼ିଯିବାରୁ ୩ ଛାତ୍ରୀ ପ୍ରିୟମ୍ବଦା ମହାନ୍ତି, ଶ୍ୱେତା ସାହୁ, କଳ୍ପନା ଜେନା ଏବଂ ୨ ଛାତ୍ର ସୁକାନ୍ତ ସାହୁ ଓ ସତ୍ୟବ୍ରତ ବାରିକଙ୍କ ଜୀବନଦୀପ ଅକାଳରେ ଲିଭିଯାଇଛି। ଆହତମାନଙ୍କ ମଧ୍ୟରେ ଅଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ ଶୀତଲ ଶାହା, ନବମ ଶ୍ରେଣୀର ଛାତ୍ରୀ ବର୍ଷାରାଣୀ ମହାନ୍ତି, ପ୍ରଭାତ ନାୟକ, ଉର୍ବଶୀ ସାହୁ, ଦୀପ୍ତିରେଖା ସାହୁ ଓ ରଂଜିତା ଜେନା। ଏହି ଦୁର୍ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାବେଳେ ହଜାର ହଜାର ଉତ୍ତ୍ୟକ୍ତ ଜନତା ଶବ ରଖି ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ଦୁର୍ଘଟଣା ପରେ ୧୬ ନଂ ଜାତୀୟ ରାଜପଥକୁ ଅପରାହ୍ଣ ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଅବରୋଧ କରି ରଖିଥିଲେ। ମୃତକଙ୍କ ପରିବାରକୁ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଜାତୀୟ ରାଜପଥର ସମସ୍ତ ଛକରେ ଅଣ୍ଡରପାସ ନିର୍ମାଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଦୁର୍ଘଟଣା ଭିଆଇଥିବା ଟ୍ରକକୁ (ଏପି୦୩ଟିଜେ-୦୧୨୨)କୁ ଲୋକେ ଜାଳିଦେବା ପରେ ଏସପି, ଅତିରିକ୍ତ ଜିଲାପାଳ ପୁଲିସ ଫୋର୍ସ ସହ ଘଟଣାସ୍ତଳରେ ପହଞ୍ଚିଥିଲେ ହେଁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରି ନଥିଲେ। ହଜାର ହଜାର ଲୋକ ରାସ୍ତାକୁ ଅବରୋଧ କରିବା ସହ କେତେକ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।

ପଢନ୍ତୁ; ଗୋଲାପୀ ଓଠ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

Related posts

କାବୁଲରେ ବିସ୍ଫୋରଣ, ୬୦ରୁ ଅଧିକ ମୃତ !

ENO Beuro

କିସ୍‌କୁ ମିଳିଲା ବିଶ୍ୱର ସମ୍ମାନଜନକ ପରିବେଶ ପୁରସ୍କାର

ENO Beuro

ରୋଗୀଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ନିଜର ତଣ୍ଟି କାଟିଲେ ଡାକ୍ତର

ENO Beuro

Leave a Comment