News

ଦିନକ ପାଇଁ ପୁଲିସ୍ ଅଫିସର୍ ସାଜିଲେ ୫ କୁନିପିଲା

P

ଦେହରେ ପୋଲିସ୍ ବର୍ଦ୍ଦି, ହାତରେ ହ୍ୟାଣ୍ଡକପ୍ ସାଙ୍ଗକୁ ପିସ୍ତଲ। ସତେ ଯେମିତି ଅପରାଧିଙ୍କୁ ସାବାଡ଼ କରିବାକୁ ବେଙ୍ଗାଳୁରୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପୂରା ପ୍ରସ୍ତୁତ ହୋଇଥିଲେ ୫ କୁନି କୁନି କଡ଼ା ଅଫିସର। ଆଜି ଏହି ୫ ଅଫିସରଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିଲା।

ଏହି ୫ କୁନି ଅଫିସର ଅଫିସ୍‌ ଆସିବା ମାତ୍ରେ ସମସ୍ତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସାଲ୍ୟୁଟ୍ ମାରି ଅଭିଭାଦନ ଜଣାଇଥିଲେ ଖୋଦ୍ ସିପି ଭାସ୍କର ରାଓ। ଏମିତକି ଡଗ୍ ସ୍କ୍ୱାର୍ଡ ବି ପାଖକୁ ଆସି ହାତ ମିଳାଇ ମନୋରଞ୍ଜନ କରିଥିଲେ।

କିନ୍ତୁ ଏସବୁ ଦେଖଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ ଏଭଳି ଆୟୋଜନ କାହିଁକି ହୋଇଛି? କାହିଁକି ଏଇ କୁନି ପିଲାମାନଙ୍କୁ ପୁଲିସ୍‌ ଅଫିସର୍‌ କରାଯାଇଛି? କିନ୍ତୁ ସତ ଜାଣିବା ପରେ ସମସ୍ତେ ଅବାକ ହୋଇଯାଇଥିଲେ।

ମାତ୍ର ଦିନକ ପାଇଁ ପୁଲିସ କମିଶନର ସାଜିଥିବା ଏସବୁ ପିଲାମାନେ କୌଣସି ନା କୌଣସି ପ୍ରାଣଘାତକ ରୋଗର ଶିକାର ହୋଇ ଚିକିତ୍ସାଧୀନ ଅଛନ୍ତି। କେତେବେଳେ କ’ଣ ଘଟିବ କିଛି କହି ହେବନି। ଆଉ ନିୟତୀ ତାଙ୍କ ଜୀବନ ସହ କିଛି ଖେଳିବା ପୂର୍ବରୁ ସେମାନେ କିଛି କରିଦେଖାଇବା ପାଇଁ ଚାହାଁନ୍ତି।

ଏହି କୁନି ପିଲାଙ୍କର ଖୁବ୍‌ ଆଶା ଯେ ସେମାନେ ପୁଲିସ୍‌ ଅଫିସର୍‌ ହେବେ ଆଉ ବଦମାସ୍‌ଙ୍କୁ ସାବାଡ୍‌ କରିବେ। ବାସ୍‌ ଏଇ ଶେଷ ଈଚ୍ଛାକୁ ସମ୍ମାନ ଜଣାଇବା ପାଇଁ ବେଙ୍ଗଳୁରୁ ପୁଲିସ କମିଶନରଙ୍କ ଅନୁମତି କ୍ରମେ ହୋଇଛି ଏଭଳି ଆୟୋଜନ। ଖୋଦ୍ ପୁଲିସ୍‌ କମିଶନ ସାଜିଛନ୍ତି ଏହି ୫ କୁନି ଅଫିସର୍‌ଙ୍କ ତଳସ୍ତର କର୍ମଚାରୀ। ତାଙ୍କୁ ସାଲ୍ୟୁଟ୍‌ ବି କରୁଛନ୍ତି।

ବଡ଼ କଥା ହେଲା, ଦୁସାଧ୍ୟରୋଗରେ ପୀଡ଼ିତ ଏ କୁନି କୁନି ପିଲାଙ୍କ ମହତ୍ ଅଭିଳାଶକୁ ପୂରଣ ହେବା ପଛରେ ରହିଛି ଏକ ସ୍ୱେଚ୍ଛାସେବୀ ସଂଗଠନର ପ୍ରଛନ୍ନ ହାତ। ‘ମେକ୍ ମାଇଁ ଓ୍ୱିସ୍ କମ୍ ଟ୍ରୁ’ ନାମକ ସଂସ୍ଥା ପକ୍ଷରୁ ପିଲାମାନଙ୍କ ମନର କଥାକୁ ସ୍ଥାନୀୟ ପୁଲିସ କମିଶନରଙ୍କୁ ଅବଗତ କରାଯିବା ପରେ ତାହା ଫଳବତୀ ହୋଇଛି।

ଦିନକ ପାଇଁ ଟପ୍ କପ୍ ବନିଥିବା ପିଲାଙ୍କ ବୟସ ୫ରୁ ୧୧ ଭିତରେ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଝିଅ ଅଛି। ବେଙ୍ଗଳୁରୁ କମିଶନରେଟ୍ ପୋଲିସର ଏ ଉଦ୍ୟମକୁ ଏବେ ଚାରିଆଡୁ ମିଳୁଛି ପ୍ରଶଂସା।

ପଢନ୍ତୁ: ସପ୍ତାହେ ହେବ ପାଣି ଘେରରେ ରହିଛନ୍ତି ବାବା ଲୋକନାଥ

Related posts

ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ସାଗର’ !

ENO Beuro

ପାକ୍‍ ସେନାମୁଖ୍ୟଙ୍କୁ ସିଧୁ ଆଲିଙ୍ଗନ କରିବା ଉଚିତ୍ ନଥିଲା:ପଞ୍ଜାବ ମୁଖ୍ୟମନ୍ତ୍ରୀ

ENO Beuro

ବିକ୍ରମ ସହ ଯୋଗାଯୋଗ ଚ୍ଛିନ୍ନ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅଭିଯାନ ଜାରି ରଖିଛି ଅର୍ବିଟର

Ratnamani Moharana

Leave a Comment