ଅନୁପ୍ରବେଶ ଉଦ୍ୟମ ପଣ୍ଡ,ଆଉ ୫ ଆତଙ୍କୀ ନିହତ

army

ଆତଙ୍କବାଦୀଙ୍କ ବିରୋଧରେ ଅଲଆଉଟ୍‍ ଅଭିଯାନ କ୍ରମେ ଭାରତୀୟ ସେନା ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି। ସେନା ପକ୍ଷରୁ କୁପୱାଡା ଜିଲ୍ଲାର ଏଲ୍‌ଓସିଠାରେ ଚାଲିଥିବା ଅପରେସନ୍‌ ବେଳେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

army

ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ , ପାକିସ୍ତାନ ସୀମାନ୍ତରୁ ତଙ୍ଗଧର ସେକ୍ଟର୍‌ ସ୍ଥିତ ଏଲ୍‌ଓସି ଡେଇଁ କିଛି ଆତଙ୍କବାଦୀ ପ୍ରବେଶ କରୁଥିବା ସୂଚନା ମିଳିଥିଲା। ଗତକାଲି ଏହି ସ୍ଥାନରେ ସୁରକ୍ଷାକର୍ମୀ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ତେବେ ଆଉ ୨ ଜଣ ଏଠାରେ ଲୁଚି ରହିଥିବା ଆଜି ସକାଳେ ଖବର ମିଳିଥିଲା।ଫଳରେ ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।

ସେନା ତତ୍କାଳ ନିୟନ୍ତ୍ରଣ ରେଖା ଏବଂ ସୀମାରେ ଅନୁପ୍ରବେଶ ଉଦ୍ୟମ ନେଇ ସତର୍କସୂଚନା ଜାରି କରିଥିଲା। ଭାରତୀୟ ସୁରକ୍ଷା ବାହିନୀ ଟଙ୍ଗଧାର ସେକ୍ଟରରେ ପୃଥକ ପୃଥକ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି।

ପଢନ୍ତୁ; ଏସିଆ କପ୍ ସୁପର-୪ ପର୍ଯ୍ୟାୟ: ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More