LIFESTYLE

ଆପଣ ଡେଟ୍‌ରେ ଯାଉଛନ୍ତି କି ? ତେବେ ଧ୍ୟାନରେ ରଖନ୍ତୁ ଏସବୁ କଥା

ଆଜିକାଲିର ଯୁବପିଢୀ ଅତି ସହଜରେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଯାଉଛନ୍ତି।  ଆଉ ନିଜ ପ୍ରେମିକ / ପ୍ରେମିକା କୁ ଖୁସି  ଦେଖିବାକୁ ଡେଟ ଯାଇଥାନ୍ତି । ଯଦି ଆପଣ  ପ୍ରଥମ ଡେଟ୍‌ରେ ଯାଉଥାଆନ୍ତି ତେବେ କେତେକ କଥା ଉପରେ ଧ୍ୟାନ ଦେବା ଉଚିତ। ଏହି ସମୟରେ କେଉଁ କଥା କହିବା ଉଚିତ ଅଥବା କେଉଁ କଥା ଅନୁଚିତ ତାହା ଜାଣି ରଖିବା ଭଲ।

ଯଦି କାହା ସହ ପ୍ରେମ ସଂପର୍କ ପାଇଁ ଆଗ୍ରହୀ ଅଛନ୍ତି, ତେବେ କେତେକ ପ୍ରଶ୍ନ ତାଙ୍କୁ ନ ପଚାରିବା ଭଲ।

ଜାଣନ୍ତୁ ସେ ସମ୍ପର୍କରେ-

ପ୍ରଥମ ସାକ୍ଷାତରେ କୌଣସି ଯୁବତୀକୁ ଆମେ କ’ଣ କଫି ପିଇବାକୁ ଯିବା ? ବୋଲି ପଚାରନ୍ତୁ ନାହିଁ । ଏଭଳି ପ୍ରଶ୍ନ କଲେ, ହୁଏତ ଯୁବତୀଜଣକ ଭାବିବେ ଯୁବକଠୁଁ ଦୂରେଇ ରହିବା ଉଚିତ।

ଏଭଳି ପ୍ରଶ୍ନ ପଚାରୁନ୍ତୁ ନାହିଁ ,‘ ତୁମେ ଏପର୍ଯ୍ୟନ୍ତ  କାହିଁକି ସିଙ୍ଗଲ୍‌ ଅଛ? ଯଦି ବିବାହ ବୟସ ଅତିକ୍ରାନ୍ତ ହୋଇଥାଏ, ତେବେ ସେ ଏହାର ଉତ୍ତର ଦେବା ପାଇଁ ସଙ୍କୋଚ ବୋଧ କରନ୍ତି।

ଏପର୍ଯ୍ୟନ୍ତ  ତୁମର କେହି ପସନ୍ଦ ହୋଇ ନାହାନ୍ତି କାହିଁକି? ଏହି ପ୍ରଶ୍ନ ବି ପଚାରନ୍ତୁ ନାହିଁ । ମନେ ରଖନ୍ତୁ ଏହି ପ୍ରଶ୍ନରେ ତତ୍‌କ୍ଷଣାତ୍‌ ଯୁବକ /ଯୁବତୀ ଉତ୍ୟକ୍ତ ହୋଇ ଉଠନ୍ତି । ଏଣୁ ଆପଣ ସେ ବିଷୟରେ ଜାଣିବା ଲାଗି ଯେତେ ଉତ୍କଣ୍ଠିତ ଥିଲେ ମଧ୍ୟ ପଚାରନ୍ତୁ ନାହିଁ।

କେଉଁ ଠି ରହୁଛ? ଘରେ ବା ହଷ୍ଟେଲରେ ଛାଡି ଦେବି କି? ଏଭଳି ପ୍ରଶ୍ନ ବି କରାଯିବା  ଉଚିତ  ନୁହେଁ । ଯଦି ଯୁବତୀଜଣକ ଆପଣଙ୍କ ସହ କଂଫର୍ଟେବଲ୍‌ , ତେବେ ଉତ୍ତର ହଁ ବା ନା ରେ ଦେଇ ଥାଆନ୍ତି । କିନ୍ତୁ ପ୍ରଥମ ଡେଟ୍‌ରେ ଏକଥା ପଚାରିଲେ ଯୁବତୀ ଜଣକ ବିରକ୍ତ ହୋଇପାରନ୍ତି।କାରଣ ଏହା ତାଙ୍କୁ ଘରେ ବିପଦରେ ପକାଇପାରେ ବୋଲି ଯୁବତୀ ମନେ କରନ୍ତି।

ଆଉ ହଁ ପ୍ରଥମ ଡେଟରେ ପରିବାର କଥା ପଚାରନ୍ତୁ ନାହିଁ ଏମିତି ହେଲେ ଯୁବକ ବିରକ୍ତ ହୋଇଥାନ୍ତି। ସେ ଭାବନ୍ତି ଏଠି ପ୍ରେମା ଆରମ୍ଭ କରିବାକୁ ଆସିଛି ନା ପରିବାର କଥା ଜାଣିବାକୁ।

ପଢନ୍ତୁ;

ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲା : ଜଗନ୍ନାଥଙ୍କ ଖାତାକୁ ଫେରିଲା ୧୦.୧୭ ଏକର

Related posts

ଚୁଟି ଧଳା ଓ ଗଞ୍ଜାପଣରୁ ମୁକ୍ତି ଦେବ ଅଁଳା: ଆସନ୍ତୁ ଜାଣିବା କିପରି

Ratnamani Moharana

ଚେହେରାର ଚମକ ବଢାଇଥାଏ କଦଳୀ ଚୋପା! ଜାଣନ୍ତୁ ଏହାର ବିଭିନ୍ନ ଗୁଣ ସମ୍ପର୍କରେ

ENO Beuro

ଆଜିର ରାଶିଫଳ, ଯାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ENO Beuro

Leave a Comment