ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି କେଜିଏଫ ଚାପ୍ଟର -2 । ଆଶା କରାଯାଉଛିକି ରିଲିଜ ହେବା ପୂର୍ବରୁ ଫିଲ୍ମ ଖୁବ ଅଧିକ ରୋଜଗାର କରିପାରେ । ଏହାର ପ୍ରି ବୁକିଙ୍ଗ ଆରମ୍ଭ ହୋଇସାରିଛି । ଆଉ ସବୁଠାରୁ ଅସ୍ୟର କଥାଯେ ବୁକିଙ୍ଗ ହେବା ପରଠାରୁ ହିଁ ଏହି ଫିଲ୍ମ ଏକ ପ୍ରକାର ରେକର୍ଡ କରିସାରିଲେଣି । ମାତ୍ର ୧୨ ଘଣ୍ଟା ଭିତରେ ଫିଲ୍ମର ୫ ହଜାର ଟିକେଟ ବୁକିଙ୍ଗ ହୋଇସାରିଛି । ଏଥିରୁ ଅନୁମାନ କରାଯାଇପାରେଯେ ଫ୍ୟାନ୍ସମାନେ ଫିଲ୍ମକୁ କେତେ ଉତ୍ସୁକତାର ସହିତ ଅପେକ୍ଷା କରିଅଛନ୍ତି । ରିଲିଜ ହେବା ପରେ ମଧ୍ୟ ଫିଲ୍ମ ଖୁବ ଅଧିକ ରୋଜଗାର କରିବ ବୋଲି ଆଶା କରାଯାଉଛି ।
କେଜିଏଫର ପ୍ରଥମ ଭାଗ ୨୦୧୮ ମସିହାରେ ରିଲିଜ ହୋଇଥିଲା । କରୋନା ମହାମାରୀ କାରଣରୁ ଦ୍ଵିତୀୟ ଭାଗ ରିଲିଜରେ କିଛିଟା ବିଳମ୍ବ ହୋଇଛି । ପ୍ରଶାନ୍ତ ନୀଲଙ୍କ ଦ୍ୱାରା ନିର୍ଦ୍ଦେଶିତ କେଜିଏଫ ଚାପ୍ଟର 2 ଆସନ୍ତା ଏପ୍ରିଲ ୧୪ ତାରିଖରେ ଦେଶର ସିନେମା ଘର ଗୁଡିକରେ ରିଲିଜ ହେବ । ଏହି ଫିଲ୍ମରେ ୟଶ, ଶ୍ରୀନିଧି ସେଟ୍ଟୀ, ରବୀନା ଟଣ୍ଡନ ଓ ସଞ୍ଜୟ ଦତ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟିକୁ କନ୍ନଡ, ତେଲୁଗୁ, ହିନ୍ଦୀ, ମାଲାୟାଲାମ ସମେତ ତାମିଲ ଭାଷାରେ ରିଲିଜ କରାଯିବ । ୟସଙ୍କ କେଜିଏଫ- 2 କୁ ନେଇ ଫ୍ୟାନ୍ସ ମାନେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ଖାଲି ସେତିକି ନୁହେଁ ବିଦେଶରେ ବି ଫିଲ୍ମକୁ ନେଇ ଫ୍ୟାନ୍ସ ମାନଙ୍କ ଠାରେ ଏକ ଅଦ୍ଭୁତ ପ୍ରକାରର କ୍ରେଜ ଦେଖିବାକୁ ମିଳିଛି । ସୂଚନା ଦେବା ଉଚିତ ହେବକି ୟୁକେରେ ଫିଲ୍ମର ପ୍ରି ବୁକିଙ୍ଗ ଆରମ୍ଭ ହୋଇଛି । ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । ଆଉ ମଧ୍ୟ କେଜିଏଫ ହେଉଛି ପ୍ରଥମ ସାଉଥ ଇଣ୍ଡିୟାନ ଫିଲ୍ମ ଯାହାକୁ ଗ୍ରୀସରେ ରିଲିଜ କରାଯିବ ।