LIFESTYLE

ହଷ୍ଟେଲରେ ରହୁଛନ୍ତି କି ?ତେବେ ଏହି ୫ଟି ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ହଷ୍ଟେଲରେ ରହୁଛନ୍ତି କି ? ଯଦି ହଁ ତେବେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ହଷ୍ଟେଲରେ ରହୁଥିବା ଯୁବକ ଓ ଯୁବତୀ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ।

୫ଟି ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ

ବ୍ରସ୍‌ ,ଟାେଓ୍ଵଲ୍‌, ସେଭିଙ୍ଗ୍‌ କିଟ୍‌, କପଡ଼ା ଭଳି ଜିନିଷକୁ ଆପଣ କେବେବି ଭୁଲ୍‌ରେ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ବ୍ୟକ୍ତିକୁ ପାର୍ଶ୍ୱ ପ୍ରତିକ୍ରିୟା ବା ଇନଫେକ୍ସ୍ସନ ଜନିତ ସମସ୍ୟାଟି ହୋଇଥାଏ ।

ଏଥିସହିତ ଆପଣ ନିଜର ଶେଯ ଓ କପଡ଼ା ସଫା ସୁତୁରା ରଖିବା ସହିତ ନିଜର ବ୍ୟକ୍ତିଗତ ହାଇଜିନ୍‌ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ବହୁତ ରୋଗଠାରୁ ମୁକ୍ତି ମିଳିଥାଏ।

ହଷ୍ଟେଲ୍‌ ଜୀବନରେ ନିଶା ଜାତୀୟ ଦ୍ରବ୍ୟର ଅଭ୍ୟାସ ପିଲାମାନଙ୍କୁ ବହୁତ ଶୀଘ୍ର ହୋଇଯାଇଥାଏ ।ନିଶା ସେବନ କରୁ ଥିବା ପିଲାଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଶା ସେବନ କରିବା ଦ୍ଵାରା  ଯକୃତ, ତ୍ୱଚା ଏବଂ ପେଟ ସହିତ ଜଡ଼ିତ ଥିବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡ଼ିକୁ ଉତ୍ପନ କରି ଥାଏ ।

ଅଧିକାଂଶ ହଷ୍ଟେଲ୍‌ରେ ଦେଖାଯାଏ ଯେ ଅଧିକ ସମୟ ପାଠ ପଢିବା ପାଇଁ ହେଉ କି ଅନ୍ୟ କାରଣରୁ ହେଉ ପିଲାମାନେ ଅଧିକ ମାତ୍ରାରେ ଚା’ର ସେବନ କରନ୍ତି । ଯେଉଁ କାରଣକୁ ନେଇ ସେମାନଙ୍କୁ ଏସିଡ଼ିଟି ଏବଂ ଭୋକ ନଲାଗିବା ଭଳି ସମସ୍ୟାଟି ହୋଇଥାଏ ।

ସାଧାରଣତଃ ଡ଼େରି ରାତି ଯାଏଁ ପାର୍ଟି,ସୋସିଆଲ୍‌ ମିଡ଼ିଆରେ ଚାଟିଙ୍ଗ୍‌ ବା ଅନ୍ୟ କାରଣକୁ ନେଇ ଅନିଦ୍ରା ରହିବା ମଧ୍ୟ କ୍ଷତିକାରକ ହୋଇପାରେ ।

ପଢନ୍ତୁ ;

୧୯ ବର୍ଷରୁ କମ୍‌ କ୍ରିକେଟରଙ୍କୁ ପୁରସ୍କୃତ କରିବ ବିସିସିଆଇ

Related posts

ସଂକ୍ରାମକ ଜ୍ୱରର ଶିକାର ହେଉଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ ଖାଆନ୍ତୁ ଏହି ସବୁ

ENO Beuro

ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ଵାରା କଣ ଲାଭ ମିଳିଥାଏ ?

ENO Beuro

ଆଣ୍ଠୁ ଗଣ୍ଠି ପୀଡା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ପିଅନ୍ତୁ ଏହି ଜୁସ୍ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More