LIFESTYLE

ଆସନ୍ତୁ ଜାଣିବା ମୁହଁରେ କେମିତି ଲଗାଇବା ପରିବାର ଏହି ୫ଟି ଫେସ୍ ପ୍ୟାକ୍

ଆଜିକାଲି ପ୍ରଦୂଷଣ ବଢିବାରେ ଲାଗିଛି । ଯାହା ପାଇଁ ତ୍ୱଚାର ଚମକ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି । ତ୍ୱଚାରେ ଚମକ ଆଣିବା ପାଇଁ ବଜାରରେ ବିକ୍ରି ହେଉଥିବା କ୍ରିମକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ଏହି କ୍ରିମର ପ୍ରଭାବ ବହୁତ  କମ ଦିନ ପଡି ପଡିଥାଏ । ଏହାର ବ୍ୟବହାର ବନ୍ଦ କରିଦେଲେ ତ୍ୱଚାର ଚମକ ପୁଣିଥରେ ପୂର୍ବପରି ହୋଇଯାଏ । ଯଦି ଆପଣ ଏହାର ବ୍ୟବହାରକୁ ନେଇ ନିରାଶ ହେଉଛନ୍ତି, ତେବେ ଭେଜିଟେବୁଲ ପ୍ୟାକ୍ ବ୍ୟବହାର କରନ୍ତୁ । ଯାହା ଆପଣଙ୍କ ତ୍ୱଚାର ରୁକ୍ଷପଣକୁ ଦୂର କରି ଚମକ ଆଣିଦେବ । ତେବେ ଆସନ୍ତୁ ଜାଣିବା ଏହି ଫେସ ପ୍ୟାକକୁ କିପରି ବନାଇବା ଏବଂ ବ୍ୟବହାର କିପରି କରିବା ।

ପ୍ରଥମେ ଟମାଟୋ କୁ ଧୋଇ କାଟି ଦିଅନ୍ତୁ । ତା ପରେ ତାକୁ ଗ୍ରାୟଣ୍ଡ କରି ଦିଅନ୍ତୁ । ଏଥିରେ ମହୁକୁ ମିଶାଇ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ତା ପରେ ମୁହଁରେ ଲଗାନ୍ତୁ ୧୫ ମିନିଟ ପରେ ମୁହଁକୁ ଥଣ୍ଡା ପାଣି ରେ ଭଲ ଭାବେ ଧୋଇ  ଦିଅନ୍ତୁ ।

ଗାଜରର ପେଷ୍ଟ ବନାଇବା ପାଇଁ ପ୍ରଥମେ ଦୁଇ ଚାମଚ ଗାଜର ରସ ନିଅନ୍ତୁ । ଏଥିରେ ଏକ ଚାମଚ ମହୁ ମିଶାନ୍ତୁ । ତା’ପରେ ଏହାକୁ ତ୍ୱଚାରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ । ଏହାପରେ ଧୀରେ ଧୀରେ ପାଣିରେ ଧୋଇ ଦିଅନ୍ତୁ । ଏହି ଫେସ ପ୍ୟାକକୁ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ । ତ୍ୱଚାର ଚମକ ନିଶ୍ଚିତ ଆସିବ ।

ଆଳୁକୁ ସରୁ ସରୁ କରି କାଟନ୍ତୁ । ଏଥିରୁ କିଛି ଆଳୁ ନେଇ ଦହି ସହ ପେଷ୍ଟ କରନ୍ତୁ । ତା’ପରେ ତ୍ୱଚାରେ ୧୦ ବା ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଏହି ପ୍ୟାକକୁ ସପ୍ତାହରେ ଦୁଇ ଥର ବ୍ୟବହାର କରିଲେ, ଆପଣଙ୍କ ତ୍ୱଚାର ଚମକ ଆସିଯିବ ।

ବିଟକୁ ସରୁ ସରୁ ଭଲ ଭାବରେ କାଟନ୍ତୁ । ତା’ପରେ ବାଟି ଦିଅନ୍ତୁ । ଏଥିରେ ଅଲିଭ ତେଲ ମିଶାନ୍ତୁ । ଏହାକୁ ତ୍ୱଚାରେ ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ତା’ପରେ ଥଣ୍ଡା  ପାଣିରେ ଧୋଇ ଦିଅନ୍ତୁ । ଏଭଳି ୧୦ ବା ୧୫ ଦିନ ଲଗାନ୍ତୁ । ଦେଖିବେ ଆପଣଙ୍କ ତ୍ୱଚାର ଚମକ ଆସି ଯିବ ।

ଆସନ୍ତୁ ଜାଣିବା ମୁହଁରେ କେମିତି ଲଗାଇବା ପରିବାର ଏହି ୫ଟି ଫେସ୍ ପ୍ୟାକ୍ face pack

ପଢନ୍ତୁ ;

ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟେଷ୍ଟ,ସମ୍ମାନ ବଞ୍ଚାଇବାକୁ ଭାରତ ପାଇଁ ଶେଷ ସୁଯୋଗ

Related posts

ଶୋଇବା ବେଳେ ଘୁଙ୍ଗୁଡି ଆସୁଛି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ସରଳ ଉପାୟ

ENO Beuro

ଆପଣ ଶୋଇବା ପରେ ଶରୀରରେ ଝଟକା ଅନୁଭବ କରୁଛନ୍ତି କି ? ଜାଣନ୍ତୁ ଏହାର କାରଣ କ’ଣ

ENO Beuro

ମହୁ ଓ ଲେମ୍ବୁ ପାଣି ପିଇବା ଦ୍ଵାରା କି କି ଲାଭ ମିଳେ ଆସନ୍ତୁ ଜାଣିବା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More