EnewsOdia.Com

ଭୁବନେଶ୍ବରରେ ଟ୍ରାଫିକ୍ ଜାମ୍‌ ପାଇଁ ଚାଲିଗଲା ପାଞ୍ଚ ବର୍ଷର ଶିଶୁର ଜୀବନ

ଗୁରୁତର ଟ୍ରାଫିକ୍ ସମସ୍ୟା ନେଲା ଶିଶୁର ଜୀବନ। ରାଜଧାନୀ ଭୁବନେଶ୍ୱରରେ ଆଜି ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। କଟକ ଏସ୍‌ସିବିରୁ ଶିଶୁଟିକୁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ପରିବାର ଲୋକ ଆଣୁଥିବା ବେଳେ ଆମ୍ବୁଲାନ୍ସଟି ଭିଡ଼ ଭିତରେ ଫଶିଯାଇଥିଲା । ଆଉ ଭିଡ଼ ଭିତରୁ ବାହାରିବାକୁ ଦୀର୍ଘ ସମୟ ଲାଗିଥିଲା । ଫଳରେ ନିରୀହ ନିଷ୍ପାପ ଶିଶୁର ଜୀବନ ଚାଲିଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଜଣେ ପାଞ୍ଚ ବର୍ଷର ଶିଶୁକୁ ପ୍ରବଳ ବାନ୍ତି ହେଉଥିଲା। ତାକୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟିର ଅବସ୍ଥା ବିଗୁଡ଼ୁଥିବା ଦେଖି କ୍ୟାପିଟାଲ ହସ୍ପିଟାଲରୁ ତାକୁ କଟକ ଏସସିବି ରେଫର କରିଥିଲେ ଡାକ୍ତର। ହେଲେ ପରିବାର ଲୋକେ ଶିଶୁଟିକୁ ଏସସିବି ନ ନେଇ ପଟିଆ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସରେ ଆଣୁଥିଲେ।ତେବେ ରାସ୍ତା ଜାମ୍ ଯୋଗୁ ସହଜରେ ଆମ୍ବୁଲାନ୍ସ ଆସିପାରିନଥିଲା । ରାସ୍ତାର ବିଭିନ୍ନ ଜାଗାରେ ଆମ୍ବୁଲାନ୍ସଟି ଜାମ୍‌ରେ ଫସି ଯାଇଥିଲା। ପ୍ରାୟ ଘଣ୍ଟାଏ ଧରି  ଆମ୍ବୁଲାନ୍ସଟି ରାସ୍ତାରେ ଫସି ରହିବାରୁ ଠିକ୍ ସମୟରେ ଶିଶୁଟି ହସ୍ପିଟାଲ ପହଞ୍ଚିନପାରି ନଥିଲା । ହସ୍ପିଟାଲରେ ପହଞ୍ଚିଲା ବେଳକୁ ଶିଶୁଟିକୁ ଡାକ୍ତର ମୃତ  ଘୋଷଣା କରିଥିଲେ।

ପଢନ୍ତୁ: କେଜ୍ରିୱାଲଙ୍କ ପାଇଁ ସ୍ପେଶାଲ ଭାଲେଂଟାଇନ ଡେ’

ସମ୍ବନ୍ଧିତ ଖବର

ଅବପାତର ରୂପ ନେଲା ଲଘୁଚାପ, ଓଡିଶାରେ ବାତ୍ୟା ନୁହେଁ, ବର୍ଷାର ସମ୍ଭାବନା

Ratnamani Maharana

OTET ଅନିୟମିତତାକୁ ନେଇ ତେଜିଲେ ଛାତ୍ରଛାତ୍ରୀ

Ratnamani Maharana

କାରୋନା ଭାଇରସ ପାଇଁ ଚୀନକୁ ବନ୍ଦ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଚଳାଚଳ

Ratnamani Maharana

‘ମୋ ବସ୍‌’ରେ ବୁଲିବେ କମେଡିଆନ୍ କୁନାଲ କାମରା!

Ratnamani Maharana

ସମୁଦ୍ର ମଝିରେ ବୁଡିଗଲା ଡଙ୍ଗା

Ratnamani Maharana

ଫାଶୀ ପୂର୍ବରୁ ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ଦୋଷୀମାନଙ୍କୁ ଚିଠି

Ratnamani Maharana