News

ସରକାରୀ ଚାକିରି ପାଇଁ ଲାଞ୍ଚ ? ଘଟଣା କ’ଣ ନଜର ପକାନ୍ତୁ

By Krishna Kumar Manoj

November 03, 2017

ସରକାରୀ ଚାକିରି ପାଇବାକୁ କିଏ ବା ନଚାହେଁ । ଏଥିପାଇଁ ବିଶେଷ ଭାବେ ପ୍ରସ୍ତୁତ ହେଇ ଉତିର୍ଣ୍ଣ ହେବାକୁ ପଡିଥାଏ । କିନ୍ତୁ କିଏ କିଏ ସରକାରୀ ଚାକିରି ପାଇବାକୁ ଲାଞ୍ଚ ମଧ୍ୟ ଦଉଛନ୍ତି । ଏଥିପାଇଁ ଥରେ ନୁହେଁ ବାରବାର ଲାଞ୍ଚ ଦଉଛନ୍ତି ଲୋକମାନେ ।

ସମ୍ପ୍ରତି ଏକ ଅନ୍‌ଲାଇନ୍‌ ମଞ୍ଚ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ଗତବର୍ଷ ୫୦ ପ୍ରତିଶତ ଭାରତୀୟ ବିଭିନ୍ନ ସରକାରୀ ଚାକିରି ପାଇବା ପାଇଁ ଲାଞ୍ଚ ଦେଇଥିଲେ। ଏହି ସର୍ବେକ୍ଷଣରେ ଦେଶର ୨୦୦ଟି ସହରର ଲୋକଙ୍କୁ ସାମିଲ କରାଯାଇଥିଲା।

ସର୍ବେକ୍ଷଣରୁ ରିପୋର୍ଟରୁ ଏହା ମଧ୍ୟ ଜଣାପଡ଼ିଛି ଯେ,୧୦ଜଣରୁ ୫ଜଣଙ୍କ ସରକାରୀ ସୁବିଧା ପାଇବା ପାଇଁ ଲାଞ୍ଚ ଦେଇଥିଲେ। ସେହିପରି ୧୦ରୁ ୮ଜଣ ସ୍ଥାନୀୟ ପୁଲିସ, ନଗରପାଳିକା ଅଧିକାରୀ ଓ ଜମିବାଡି ପଞ୍ଜିକରଣ କାମ ପାଇଁ ଲାଞ୍ଚ ଦେଇଛନ୍ତି ବୋଲି ସ୍ୱୀକାର କରିଛନ୍ତି।

ଲାଞ୍ଚ ଦେଇଥିବା ପ୍ରଶ୍ନର ଉତ୍ତରରେ ୨୫ ପ୍ରତିଶତ ଲୋକ ଅନେକ ଥର ଲାଞ୍ଚ ଦେବା କଥା କହିଥିଲା ବେଳେ ୨୦ ପ୍ରତିଶତ ଲୋକ ଥରେ କିମ୍ବା ଦୁଇଥର ଲାଞ୍ଚ ଦେଇଥିବା କହିଥିଲେ । ୮୪ପ୍ରତିଶତ ଲୋକ ସରକାର ଓ ପ୍ରଶାସନକୁ ନିଜର କାମ ଶୀଘ୍ର ହେବା ପାଇଁ ଲାଞ୍ଚ ଦେଇଥିବା କଥା ମାନିଥିଲେ। ସେହିପରି ୯ପ୍ରତିଶତ ଲୋକ କହିଥିଲେ ସେମାନେ ଘରୋଇ ପାଣ୍ଠି, ଆୟକର ବିଭାଗ, ସେବାକର, ରେଳବାଇ କାମ ଓ ଟେଣ୍ଡର୍ସ କାମ ପାଇଁ ଲାଞ୍ଚ ଦେଇଥିଲେ।

୨୦ପ୍ରତିଶତ ଲୋକ ଲାଞ୍ଚ ଦେଇ ନଥିଲେ। ଯେଉଁଥିପାଇଁ ସେମାନଙ୍କ କାମ ହେବା ପାଇଁ ବହୁ ବିଳମ୍ବ ହୋଇଥିଲା । ୪୨ପ୍ରତିଶତ ଲୋକଙ୍କ କହିବାନୁସାରେ, ଦେଶରେ ଭ୍ରଷ୍ଟାଚାରକୁ ରୋକିବା ପାଇଁ ବିଭିନ୍ନ ଉପାୟ କରାଯାଉଛି, ହେଲେ ସେ ସବୁ ବିଫଳ ହେଉଛି।

ପଢନ୍ତୁ, କାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଯାଣନ୍ତୁ କିପରି ବ୍ରତ ପାଳନ କଲେ ଲାଭ କରିପାରିବେ ଅଶେଷ ପୁଣ୍ୟଫଳ