EnewsOdia.Com

୫ ଦିନରେ ୫୦୦୦ ଓଟଙ୍କୁ ମାରିସାରିଲାଣି ଅଷ୍ଟ୍ରେଲିଆ !

ଦୁର୍ଭିକ୍ଷ ପ୍ରପୀଡ଼ିତ ଅଷ୍ଟ୍ରେଲିଆରେ ଏବେ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଜଳ ସଙ୍କଟରୁ ଦେଶବାସୀଙ୍କୁ ଉଦ୍ଧାର କରିବା ପାଇଁ ଅଷ୍ଟ୍ରେଲିଆ ସରକାର ୧୦ ହଜାର ଓଟଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଗତ ପାଞ୍ଚ ଦିନ ମଧ୍ୟରେ ଅଷ୍ଟ୍ରେଲିଆର ଶିକାରୀମାନେ ହେଲିକପ୍ଟରରେ ବସି ଦକ୍ଷିଣ ଅଷ୍ଟ୍ରେଲିଆର ମରୁଭୂମି ଛାଡ଼ି ଜଳ ସନ୍ଧାନରେ ଜନବସତି ଆଡ଼କୁ ମାଡ଼ି ଆସିଥିବା ୫ ହଜାରରୁ ଉର୍ଦ୍ଧ ଓଟଙ୍କୁ ଆକାଶ ପୃଷ୍ଠରୁ ଗୁୁଳିକରି ହତ୍ୟା କରି ସାରିଲେଣି। ଓଟମରା ଅଭିଯାନରେ ପେସାଦାର ସୁଟରମାନେ ହେଲିକପ୍ଟଟରୁ ଓଟମାନଙ୍କୁ ଗୁଳି କରି ହତ୍ୟା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆ ଦୁର୍ଭିକ୍ଷ ଜନତ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ବେଳେ ଜଙ୍ଗଲରେ ଓଟଙ୍କ ସଂଖ୍ୟାରେ ଆଶାତୀତ ଭାବେ ବୃଦ୍ଧି ଦେଶରେ ପାନୀୟ ଜଳ ସମସ୍ୟାକୁ ଆହୁରି ଉତ୍କଟ କରିଛି। ଓଟମାନେ ଅଧିକ ପାଣି ପିଇ ଯାଉଥିବାରୁ ଜଙ୍ଗଲରେ ବାସ କରୁଥିବା ଜନଜାତିଙ୍କ ପାଇଁ ପାଣି ସମସ୍ୟା ବଢ଼ିଯାଇଛି। ଏହି କାରଣ ପାଇଁ ଓଟ ମାନଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ସରକାର। ମରୁଭୂମି ଅଞ୍ଚଳରେ ପାଣି ବଞ୍ଚାଇବା ପାଇଁ ଦକ୍ଷିଣ ଅଷ୍ଟେଲିଆରେ ପାଖାପାଖି ୧୦ ହଜାର ଜଙ୍ଗଲୀ ଓଟଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପଢନ୍ତୁ: ଆଜିଠାରୁ ବାଧ୍ୟତାମୂଳକ ହେଲା ଫାସଟ୍ୟାଗ

ସମ୍ବନ୍ଧିତ ଖବର

କରୋନା ପାଇଁ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କଲା WHO

Ratnamani Maharana

ଆମେରିକା ପାଇଁ ବିପଦ ଇରାନର ପ୍ରଶିକ୍ଷିତ ସାମୁଦ୍ରିକ ଜୀବ

Ratnamani Maharana

ଉବେର ଇଟସକୁ କିଣିନେଲା ଜମାଟୋ

Ratnamani Maharana

ନିର୍ଭୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ଶେଷଇଚ୍ଛା ଜଣାଇବାକୁ ପରାମର୍ଶ

Ratnamani Maharana

‘ହୁନର ହାଟ’ରେ ‘ଲିଟ୍ଟି ଚୋଖା’ ଖାଇଲେ, ମାଟି କପ୍‌ରେ ଚା’ ପିଇଲେ ମୋଦି

Ratnamani Maharana

କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ମୋଦି

Ratnamani Maharana