News

ଆସାମରେ ବିଷାକ୍ତ ମଦପିଇ ୫୩ ମୃତ 

drinks

ବଢୁଛି ଆସାମ ମଦ ମୃତ୍ୟୁ ସଂଖ୍ୟା

ଆସାମର ଗୋଲାଘାଟ ଜିଲ୍ଲାରେ ବିଷାକ୍ତ ମଦ ପିଇ ୫୩ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। ସମସ୍ତେ ସାଲମରା ଚା ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ବହୁ ଲୋକ ଅସୁସ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିସ୍ରିତ ହେଉଛନ୍ତି।

ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଗୋଲାଘାଟ ହସ୍ପିଟାଲର ଜଣେ ଡାକ୍ତର ଦିଲ୍ଲୀପ ରାଜବଂଶୀ କହିଛନ୍ତି ଯେ , ‘ନକଲି ଦେଶୀ ମଦ’ ପିଇବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି। ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ଜଣେ ବିଧାୟକ ମୃଣାଳ ସାଇକିଆ କହିଛନ୍ତି, ସେଦିନ ପ୍ରାୟ ୧୦୦ ଜଣ ଲୋକ ମଦ୍ୟପାନ କରିଥିଲେ ଏବଂ ବର୍ତ୍ତମାନ ମଧ୍ୟ ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନଙ୍କୁ ହସ୍ପିଟାଲ ବୁହାଚାଲିଛି।

ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା ପୋଲିସ କହିଛି। ଶୁକ୍ରବାର ମୃତକଙ୍କ ପରିବାରଙ୍କୁ ଟୁଇଟ୍‌ କରି ସମବେଦନା ଜଣାଇବା ସହ ଅସୁସ୍ଥଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ସୂଚନାଯୋଗ୍ୟ,ନିକଟରେ କିଛିଦିନ ପୂର୍ବରୁ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ପଢନ୍ତୁ; ପ୍ରଥମ ମହିଳା ଦିନିକିଆ: ଭାରତ ୬୬ ରନରେ ଜିତିଲା

Related posts

୪୮ ଘଣ୍ଟା ମଧ୍ୟରେ ସିବିଆଇ ନିର୍ଦ୍ଦେଶକ ପଦ ହରାଇଲେ ଆଲୋକ ବର୍ମା

ENO Beuro

ଖୁବ ଶୀଘ୍ର ଭାରତ-ପାକିସ୍ତାନ ବିବାଦର ଅନ୍ତ ହେବ: ଡୋନାଲ୍ଡ ଟ୍ରମ୍ପ

ENO Beuro

ଶଶିକଳାଙ୍କ ସ୍ୱାମୀ ନଟରାଜନଙ୍କ ପରଲୋକ, ୧୫ ଦିନ ପାରୋଲ୍‌ରେ ଯିବାକୁ ଆବେଦନ

ENO Beuro

1 comment

Leave a Comment