Loading...

ଆସନ୍ତା ବର୍ଷ ଭାରତର ୧୩ଟି ସହରରେ ଉପଲବ୍ଧ ହେବ ୫ଜି ସେବା

ଆସନ୍ତା ବର୍ଷ ଭାରତର ୧୩ଟି ସହରରେ ଉପଲବ୍ଧ ହେବ ୫ଜି ସେବା

ଦେଶବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଭାରତରେ ୫ଜି ଇଂଟରନେବା ସେବା ପ୍ରଚଳନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଏହି ସେବା ଉପଲବ୍ଧ ହେବ ।

ଦେଶବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଭାରତରେ ୫ଜି ଇଂଟରନେବା ସେବା ପ୍ରଚଳନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଏହି ସେବା ଉପଲବ୍ଧ ହେବ । ତାହାପରେ କ୍ରମଶଃ ଏହାକୁ ଦେଶର ଅବଶିଷ୍ଟ ସହରଗୁଡିକରେ ପ୍ରଚଳନ କରାଯିବ । ଏ ସମ୍ପର୍କରେ ଭାରତର ଦୂରସଂଚାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ୧୩ଟି ସହରରେ ୫ଜି ସେବା ପ୍ରଚଳନ ପାଇଁ ଦୂରସଂଚାର ଅପରେଟରମାନେ ପୂର୍ବରୁ ୫ଜି ପରୀକ୍ଷାମୂଳକ ସେବା ଆରମ୍ଭ ବ୍ୟବସ୍ଥା କରିସାରିଛନ୍ତି । ଏହି ସହରଗୁଡିକ ହେଉଛି ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଚେନ୍ନଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦରାବାଦ, ଜାମନଗର, କୋଲକାତା, ଲଖନଉ, ମୁମ୍ବଇ ଓ ପୁଣେ । ତେବେ କେଉଁ ଦୂରସଂଚାର କମ୍ପାନୀ ପ୍ରଥମେ ୫ଜି ସେବା ପ୍ରଚଳନ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତିନି ପ୍ରମୁଖ ଦୂରସଂଚାର କମ୍ପାନୀ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଏହି ସହରଗୁଡିକରେ ପରୀକ୍ଷାମୂଳକ ବ୍ୟବହାରସ୍ଥଳ ସ୍ଥିର କରି ୫ଜିର ପରୀକ୍ଷାମୂଳକ ବ୍ୟବହାର କରୁଛନ୍ତି ।  

 

ତେବେ ୫ଜି ସେବା ପ୍ରଚଳନ ପୂର୍ବରୁ ସ୍ପେକ୍ଟ୍ରମ ନିଲାମ କରାଯିବ । ସେଥିପାଇଁ ଦୂରସଂଚାର ବିଭାଗ ପକ୍ଷରୁ ତାରିଖ ନିର୍ଦ୍ଧାରଣ କରାଯାଇନଥିବା ଜଣାଯାଇଛି । ଏ ସମ୍ପର୍କରେ ସଂରକ୍ଷିତ ମୂଲ୍ୟ, ବ୍ଲକ ଆକାର, ସ୍ପେକ୍ଟ୍ରମ ପରିମାଣ ଆଦି ବିଷୟ ଉପରେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଭାରତର ଦୂରସଂଚାର ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ ଆବଶ୍ୟକ ସୁପାରିଶ ଲୋଡିଥିଲେ । ୫ଜି ସେବା ପ୍ରଚଳନ ହେଲେ ଗେମିଂ ସ୍ପିଡ ଏବଂ ଇଂଟରନେଟ ଦୁନିଆରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ଦୂରସଂଚାର ସେବା ଯୋଗାଣକାରୀ କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି । 

ପଢନ୍ତୁ: କ୍ୱାରେଣ୍ଟାଇନ ସମୟ କମାଇଲା ସିଡିସି

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.