News

ନୂଆବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ନୂଆ ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ। ପୁରୀ ମହୋଦଧିରେ ସକାଳୁ ସକାଳୁ ସ୍ନାନ ସହିତ ଉଦିତ ସୂର୍ଯ୍ୟଙ୍କୁ ଦେଖି ନୂଆ ବର୍ଷ ଆରମ୍ଭ କରିଛନ୍ତି ପର୍ଯ୍ୟଟକ। ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରି ତାଙ୍କ ଆଶିଷ ଲାଭ କରିଛନ୍ତି।

puri

ନୂଆବର୍ଷ ପାଇଁ ପ୍ରସ୍ତୁତ ରହିଥିଲା ଶ୍ରୀମନ୍ଦିର ପ୍ରଶାସନ। ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୋମବାର ରାତି ୧୦ଟାରେ ଠାକୁରଙ୍କ ପହୁଡ଼ ହୋଇଥିଲା। ରାତି ୧୨ଟା ୪୫ରେ ଦ୍ୱାର ଫିଟି ଥିଲା। ରାତି ୧ଟା ୩୫ରେ ମଙ୍ଗଳ ଆଳତି ହୋଇ ମଙ୍ଗଳବାର ଭୋର ୫ଟା ୫୫ ସୁଦ୍ଧା ପହଲି ଭୋଗ ନୀତି ବଢ଼ିଥିଲା। ସକାଳ ୭ଟା ୫୦ରେ ସକାଳ ଧୂପ, ପୂର୍ବାହ୍ନ ୧୦ଟାରେ ଭୋଗମଣ୍ଡପ ସରି ମହାପ୍ରସାଦ ବାହାରିଥିଲା। ପୂର୍ବାହ୍ନ ୧୧ଟା ୨୫ରେ ମଧ୍ୟାହ୍ନ ଧୂପ ହୋଇ ଅପରାହ୍ନ ୨ଟା ୧୫ରେ ଦ୍ୱିତୀୟ ଭୋଗମଣ୍ଡପ ବଢ଼ିଥିଲା।

ଭକ୍ତଙ୍କ ଭିଡ଼ ଦେଖି ପୁଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିଥିଲା । ସେହିପରି ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ମଧ୍ୟ ବେଶ ତପôର ରହିଥିଲା । ଯେପରି କୌଣସି ଅଘଟଣ କିମ୍ବା ବିଶୃଙ୍ଖଳା ନଘଟିବ ସେଥିପ୍ରତି ବେଶ ସଜାଗ ରହିଥିଲା ପ୍ରଶାସନ । ପୁରୀ ବେଳାଭୂମିରେ ମଧ୍ୟ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।

ପଢନ୍ତୁ; ଆରପାରିରେ ହାସ୍ୟ ଅଭିନେତା କାଦର ଖାନ୍

Related posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ENO Beuro

ଚେନ୍ନାଇରେ ନବୀନଙ୍କୁ ଭେଟିଲେ କମଲ ହସନ ,କହିଲେ ମୁଁ ନବୀନଙ୍କ ଫ୍ୟାନ୍

ENO Beuro

ଅଟୋରେ ବୁଲିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More