Loading...

ନୂଆବର୍ଷରେ ଉଦଘାଟନ ହେବ ବରମୁଣ୍ଡା ବସ ଟର୍ମିନାଲ

ନୂଆବର୍ଷରେ ଉଦଘାଟନ ହେବ ବରମୁଣ୍ଡା ବସ ଟର୍ମିନାଲ

ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।

ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ । ନିର୍ମାଣ କାମର ସମୀକ୍ଷା କରିବା ସହ ଟର୍ମିନାଲ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀ ବିଶ୍ରାମାଗାର, ପରିମଳ ବ୍ୟବସ୍ଥା, ବସ୍ ରହିବାକୁ ପର୍ଯ୍ୟାପ୍ତ ସ୍ଥାନ, ଆହାର କେନ୍ଦ୍ର, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥାର ସେ ଅନୁଧ୍ୟାନ କରିଛନ୍ତି ।

ସୂଚନାନୁସାରେ, 5T ଉପକ୍ରମରେ ବରମୁଣ୍ଡା ବସ ଟର୍ମିନାଲର ହେଉଛି ରୂପାନ୍ତର । ବରମୁଣ୍ଡା ବସ ଟର୍ମିନାଲ ଭୁବନେଶ୍ବରରେ ଓଡିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନଜିଟ ସିଷ୍ଟମ । ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଦୈନିକ ୨ ହଜାର ବସ ଚଳାଚଳ କରିପାରିବ । ବରମୁଣ୍ଡା ବସ ଟର୍ମିନାଲ ୧୫.୫ ଏକର ଜାଗାରେ ନିର୍ମାଣାଧୀନ ରହିଛି । ଏଥିରେ ଫୁଡକୋର୍ଟ, Excavator, Elevator, ବହୁତଳୀୟ କାର ପାର୍କିଂ, ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ପିକ୍-ଅପ୍ ଓ ଡ୍ରପ-ଅଫ୍ ବ୍ୟବସ୍ଥା ରହିବ । ଏହା ସହିତ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ । ସମ୍ପୂର୍ଣ୍ଣ ଟର୍ମିନାଲକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ । ଏଥିରେ Wi-Fi ସହିତ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ସେଠାରେ ଆହାର ପ୍ଲସ କେନ୍ଦ୍ର ସ୍ଥାପନ କରାଯିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.