EnewsOdia.Com

ମେଡିକାଲ ବୁଲୁଛନ୍ତି କିନ୍ତୁ ଗୁହାରି ଶୁଣିବାକୁ ସମୟ ନାହିଁ ପାଣ୍ଡିୟାନଙ୍କୁ !

ଚର୍ଚ୍ଚାରେ 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ । ତାଙ୍କର କାର୍ଯ୍ୟକୁ କିଏ କଉଛି ଆକ୍ସନ ମୋଡ୍‌ ତ ଆଉ କିଏ କହୁଛି ଆକ୍ଟିଭ ମୋଡ୍‌ । 5T ସଚିବଙ୍କ କାମକୁ ନେଇ ଶୁଣିବାକୁ ମିଳୁଛି ଭିନ୍ନକଥା । ହେଲେ ବାସ୍ତବ ଚିତ୍ର କ’ଣ ତାର ଖୁଲାସା ହୋଇଛି ବଲାଙ୍ଗିରରେ । ମେଡିକାଲରେ ଥିବା ଅବ୍ୟବସ୍ଥାକୁ ନେଇ ଜଣେ ବ୍ୟକ୍ତି ଖୋଦ୍ 5T ସଚିବଙ୍କ ନିକଟରେ ଗୁହାରି କରିବାକୁ ଯାଉଛନ୍ତି ଆଉ ସଚିବ ଶୁଣି ନଶୁଣିଲା ପରି ହେଉଛନ୍ତି । କିଛି କଥା କହିଦେଇ ଗାଡିର କାଚ ବନ୍ଦ କରିଦେଉଛନ୍ତି । ଏପରିକି ଗାଡି ଚଳାଇ ସେ ସ୍ଥାନ ଛାଡି ଯିବା ପାଇଁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଉଥିବା ଦୃଶ୍ୟରୁ ଜଣାପଡୁଛି ।

ଏଠି ପ୍ରଶ୍ନ ଉଠୁଛି ସ୍ଥିତି ଅନୁଧ୍ୟାନ ଓ ଲୋକଙ୍କ ସହ ଆଲୋଚନା ପାଇଁ ସରକାରୀ ଅର୍ଥରେ ଗୋଟିଏ ମେଡିକାଲରୁ ଅନ୍ୟ ମେଡିକାଲ ବୁଲୁଛନ୍ତି ଖୋଦ୍ 5T ସଚିବ । ହେଲେ ଜଣେ ବ୍ୟକ୍ତି ତାଙ୍କର ଗୁହାରି ଶୁଣାଉଥିବା ବେଳେ ଯେପରି ଢଙ୍ଗରେ ସଚିବ ଉତ୍ତର ଦେଲେ ଏହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନ । ଲୋକଟି ଅଭିଯୋଗ କରୁଥିବା ବେଳେ ଗାଡିରେ ବସି ରହି ଶୁଣିଥୁଲେ ଖୋଦ୍ ପାଣ୍ଡିଆନ୍ । ଏଠି ପ୍ରଶ୍ନ ଉଠୁଛି ସାଧାରଣ ଲୋକ ଜଣଙ୍କ ଯେଉଁ ଅଭିଯୋଗ କରୁଥିଲେ ତାହା ସମାଧାନ କରିବେ ତ ସଚିବ ? ନା କେବଳ ଲୋକଦେଖାଣିଆ ଭାବେ ମେଡିକାଲରୁ ମେଡିକାଲ ବୁଲିବେ ଆଉ ଏହାକୁ ତାଙ୍କର ଗୁମାସ୍ତା ମାନେ ପ୍ରଚାର ପ୍ରସାର କରିବେ ? ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।

ପଢନ୍ତୁ: ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

ସମ୍ବନ୍ଧିତ ଖବର

ଏଣିକି କମିବ ଶୀତ ବଢିବ ପାରଦ

Ratnamani Maharana

କରୋନା ପାଇଁ ଜିମ୍ ବନ୍ଦ ହେବା ପରେ ରାସ୍ତାରେ ବ୍ୟାୟାମ କଲେ ଲୋକ

Ratnamani Maharana

ହୋଲି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ ବାର୍ତ୍ତା

Ratnamani Maharana

‘ଉପଭୋକ୍ତାଙ୍କୁ ଭୁଆଁ ବୁଲାଇଲେ ବନ୍ଧା ହେବେ ବିଜ୍ଞାପନର ମଡେଲ୍‌’

Ratnamani Maharana

ରାତି ପାହିଲେ ଖଣ୍ଡଗିରି ମହାକୁମ୍ଭ ମେଳା

Ratnamani Maharana

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତର ଜ୍ୱାଇଁ

Ratnamani Maharana