SPORTS

ପଞ୍ଚମ ଦିନିକିଆ : ଭାରତ ୯ ୱିକେଟରେ ବିଜୟୀ

india

୩-୧ରେ ସିରିଜ ଜିତିଲା ଭାରତ

ପଞ୍ଚମଦିନିକିଆ ରେ ଭାରତ ଠାରୁ ୱେଷ୍ଟଇଣ୍ଡିଜ୍ ଅତି ଶୋଚନୀୟ ଭାବେ ୯ ୱିକେଟରେ ହାରି ଯାଇଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ୍ ମାତ୍ର ୧୦୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଭାରତ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ମାତ୍ର ୧୪.୫ ଓଭରରେ ଜିତି ଯାଇଥିଲା । ରୋହିତ ୬୩ ରନ୍ (୫୬ ବଲ୍, ୫ ଚୌକା ଓ ୪ ଛକା) ଏବଂ ଅଧିନାୟକ ବିରାଟ କୋହଲି ଅପରାଜିତ ୩୩ ରନ୍ (୨୯ ବଲ୍, ୬ ଚୌକା) କରିଥିଲେ । ଏହି ବିଜୟ ସହ ଘରୋଇ ଦଳ ୩-୧ରେ ସିରିଜ୍ ଜିତିଛି।

india

ଟସ୍‌ ଜିଣି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ଟିମ୍‌ ବୋଲିଂ କରିଥିଲା। ରବୀନ୍ଦ୍ର ଜାଦେଜା ଚମତ୍କାର ବୋଲିଂ କରିଥିଲେ। ସେ ୯.୫ ଓଭର ବୋଲିଂ କରି ୪ଟି ଓ୍ଵିକେଟ ନେଇଥିଲେ। ଜାଦେଜା ୩୪ ରନ୍‌ ଦେଇଥିଲେ। ଯଶପ୍ରୀତ ବୁମରା ଓ ଖଲିଲ ଅହମଦ ୨-୨ ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିିଳିଥିଲା। ୱେଷ୍ଟେଇଣ୍ଡିଜର ଜସନ ହଲଦାର ସର୍ବାଧିକ ୨୫ ରନ ସଂଗ୍ରହ କରିଥିବା ବେଳେ ମାରଲୋନ ସାମୁଏଲ ୨୪ ରନ୍‌ ଯୋଡ଼ିଥିଲେ। ସେହଭଳି ରାମବନ ପାେଓ୍ଵଲ ୧୬ ରନ୍‌ ସଂଗ୍ରହ କରିଥିଲେ।

ପଢନ୍ତୁ; ଲୁଟ ପରେ ନାବାଳିକାକୁ ଗଣବଳତ୍କାର

Related posts

ଜାକର୍ତ୍ତା ଏସିଆଡ: କୁସ୍ତିରେ ପ୍ରଥମ ମହିଳା ଭାବେ ସ୍ଵର୍ଣ୍ଣ ଜିତିଲେ ଭିନେଶ ଫୋଗଟ

ENO Beuro

ଲିଲିମା ପାଇବେ ଏକଲବ୍ୟ ପୁରସ୍କାର

ENO Beuro

ଆଇପିଏଲ-୧୨ ନିଲାମ: ଚୂଡାନ୍ତ ତାଲିକାରେ ୩୪୬ ଖେଳାଳି

ENO Beuro

Leave a Comment