SPORTS

ପଞ୍ଚମ ଦିନିକିଆ: ନ୍ୟୁଜିଲାଣ୍ଡ ୩୫ ରନରେ ହାରିଲା

india

୧୦ ବର୍ଷ ପରେ ସିରିଜ ବିଜୟ

ନ୍ୟୁଜିଲାଣ୍ଡ ମାଟିରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ବଜାୟ ରଖି ୪-୧ ରେ ଦିନିକିଆ ସିରିଜ ବିଜୟ ହାସଲ କରିଛି। ୱେଷ୍ଟ ପ୍ୟାକ ଷ୍ଟାଡିୟମରେ ଅନୁଷ୍ଟିତ ପଞ୍ଚମ ଦିନିକିଆରେ ଭାରତ ୩୫ ରନରେ ଘରୋଇ ଦଳକୁ ହରାଇଥିଲେ। ଭାରତୀୟ ଦଳ ପକ୍ଷରୁ ଧାର୍ଯ୍ୟ ୨୫୩ ରନ୍‌ ଟାର୍ଗେଟର ପିଛା କରୁଥିବା ନ୍ୟୁଜିଲାଣ୍ଡ ଦଳ ୨୧୭ ରନ୍‌ରେ ସୀମିତ ରହିଥିଲା। ବିଜୟୀ ଦଳ ପାଇଁ ସର୍ବାଧିକ ରନ୍‌ କରିଥିବା ଅମ୍ବାତି ରାୟୁଡୁଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସମ୍ପୂର୍ଣ୍ଣ ସିରିଜ୍‌ରେ ପ୍ରଭାବି ପ୍ରଦର୍ଶନ କରିଥିବା ପେସର ମହମ୍ମଦ ଶାମିଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ପାଇଁ ଚୟନ କରାଯାଇଛି।

ଏହା ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ୍‌ ୫ ଟିକିଆ ଦିନିକିଆ ସିରିଜ୍‌ରେ ଭାରତ ୩-୧ରେ ଆଗୁଆ ଥିଲା। ପ୍ରଥମ ୩ଟି ମ୍ୟାଚ୍‌ ଭାରତ ଜିତିଥିବା ବେଳେ ୪ର୍ଥ ମ୍ୟାଚ୍‌ଟିକୁ ନ୍ୟୁଜିଲାଣ୍ଡ୍‌ ଜିତିଥିଲା। ତେବେ, ପଞ୍ଚମ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିବା ପରେ ଏହି ସିିରିଜ୍‌କୁ ୪-୧ରେ ନିଜ କବ୍‌ଜାକୁ ନେଇଛି।

ପଢନ୍ତୁ;  ଏଣିକି ଅନଲାଇନରେ ହେବ ଓଟିଇଟି ପରୀକ୍ଷା

Related posts

ଆଇପିଏଲ ଅଧାରୁ ଅଧିନାୟକ ପଦ ଛାଡିଲେ ଗୌତମ ଗମ୍ଭୀର!

ENO Beuro

କ୍ରିଡାର ବିକାଶ ପାଇଁ ଓଡିଶାକୁ ମିଳିଲା ସର୍ବୋତ୍ତମ ରାଜ୍ୟ ପୁରସ୍କାର 

ENO Beuro

ହକି ବିଶ୍ୱ କପ୍‌: କଳିଙ୍ଗରେ ଭାରତର ଗୋଲ୍ ବର୍ଷା

ENO Beuro

Leave a Comment