SPORTS

ପଞ୍ଚମ ଦିନିକିଆ: ଶ୍ରୀଲଙ୍କା ୧୭୮ ରନରେ ବିଜୟୀ

srilanka

ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ୩ ଦିନିକିଆ ହାରିଯାଇଥିବା ଘରୋଇ ଶ୍ରୀଲଙ୍କା ଦଳ ଶେଷ ଦୁଇଟି ମ୍ୟାଚ୍‌ ଜିତି ସାନ୍ତ୍ୱନା ପାଇଛି। ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଦିନିକିଆରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୩ ରନ୍‌ରେ ପରାସ୍ତ କରିଥିବା ଘରୋଇ ଶ୍ରୀଲଙ୍କା ରବିବାର ପଞ୍ଚମ ତଥା ଶେଷ ମ୍ୟାଚ୍‌କୁ ୧୭୮ ରନ୍‌ରେ ଜିତିନେଇଛି। ତଥାପି ଦକ୍ଷିଣ ଆଫ୍ରିକା ୩-୨ରେ ଶୃଙ୍ଖଳା ବିଜୟୀ ହୋଇଛି।

srilanka

ମ୍ୟାଚ୍‌ରେ ଟସ୍‌ ଜିତି ଘରୋଇ ଦଳର ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାଥ୍ୟୁସଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମିଳିତ ସଫଳତା ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୨୯୯ ରନ କରିଥିଲା। ମାଥ୍ୟୁସ ସର୍ବାଧିକ ୯୭ ରନ (୯୭ ବଲ, ୧୧ ଚୌକା, ୧ ଛକା) କରିଥିବାବେଳେ ନିରୋଶାନ ଡିକ୍‌ଓ୍ବେଲା (୪୩), କୁଶଳ ମେଣ୍ଡିସ (୩୮), ଧନଞ୍ଜୟ ଡି ସିଲ୍‌ଭା (୩୦) ଉପଯୋଗୀ ବ୍ୟାଟିଂ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ଅଫ୍‌-ସ୍ପିନର ଅକିଲ ଧନଞ୍ଜୟଙ୍କୁ ସାମ୍ନା କରି ନ ପାରି ୨୪.୪ ଓଭରରେ ୧୨୧ ରନରେ ସୀମିତ ରହିଥିଲା। ଡି କକ୍‌ ସର୍ବାଧିକ ୫୪ ରନ କରିଥିଲେ। ଧନଞ୍ଜୟ ୯ ଓଭରରେ ୨୪ ରନ ବ୍ୟୟ କରି ୬ଟି ଉଇକେଟ୍‌ ଅକ୍ତିଆର କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ଜେପି ଡୁମିନି ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପଢନ୍ତୁ; ମୃତ୍ୟୁ ପରେ ଶ୍ରୀଦେବୀଙ୍କ ପ୍ରଥମ ଜନ୍ମବାର୍ଷିକୀ:ଏହି ଖାସ ଅବସରରେ ଜାହ୍ନବୀ ସେୟାର କଲେ ଫ୍ୟାମିଲି ଫଟୋ

Related posts

୧୯ ବର୍ଷରୁ କମ୍‌ କ୍ରିକେଟରଙ୍କୁ ପୁରସ୍କୃତ କରିବ ବିସିସିଆଇ

ENO Beuro

Roelant Oltmans Discharged As Chief Coach Of The Indian Men’s Hockey Team

ENO Beuro

ଆର୍‌ସିବିକୁ ୫ଓ୍ୱିକେଟରେ ହରାଇଲା କେକେଆର୍: ନିର୍ଦୟ ହେଲେ ରସେଲ

Ratnamani Moharana

Leave a Comment