କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, କାରରେ ୬ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବା ନେଇ ହୋଇଥିବା ଡ୍ରାଫ୍ଟକୁ ମଞ୍ଜୁରୀ ଦିଆଯାଇଛି । ଏହାସହ ସେ ଲେଖିଛନ୍ତି, ମନ୍ତ୍ରଣାଳୟ ପୂର୍ବରୁ ୨୦୧୯ ଜୁଲାଇ ୧ରେ ଡ୍ରାଇଭର ଏୟାରବ୍ୟାଗ ଏବଂ ୨୦୨୨ ଜାନୁଆରୀ ୧ରୁ ଆଗରେ ବସୁଥିବା ସହ ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଥିଲା।
ନିତିନ ଗଡକରୀ ସୂଚନା ଦେଇ କହିଛନ୍ତି, ଏହି ଏୟାରବ୍ୟାଗର ନିଷ୍ପତ୍ତି M1 କ୍ୟାଟେଗୋରୀର କାର ଗୁଡିକ ପାଇଁ ନିଆଯାଇଛି। ଏଥିରେ ୫ରୁ ୮ ସିଟ୍ ରହିଥାଏ । ଏହି ନୂଆ ନିୟମ ପରେ ଦୁଇ ସାଇଡ୍ ଏୟାରବ୍ୟାଗ ଏବଂ ଦୁଇଟି କରଟେନ ଲଗାଯିବ, ଯାହା ପଛରେ ବସିଥିବା ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବ।