POLITICALS

ତେଲେଙ୍ଗାନାରେ ଟିଡିପିକୁ ଝଟକା, ବିଜେପିରେ ସାମିଲ ହେଲେ ୬୦ ନେତା

Untitled 1

ତେଲେଙ୍ଗାନାରେ ଟିଡିପିକୁ ଲାଗିଛି ଜବରଦସ୍ତ ଝଟକା । ଏହି ଝଟକା ଦେଇଛି ଭାରତୀୟ ଜନତା ପାର୍ଟି । ଟିଡିପିର ୬୦ ପ୍ରମୁଖ ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ୧ ହଜାରରୁ ଅଧିକ ଟିଡିପି କର୍ମୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ଗତକାଲି ବିଜେପି କାର୍ଯ୍ୟକାରିଣୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଟିଡିପି ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି।

ଆଗାମୀ ଦିନରେ ବିଜେପି ଏହି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଜୁନରେ ଟିଡିପି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରମୁଖ ନେତା ଲଙ୍କା ଦିନାକର କହିଛନ୍ତି। ଏହି ସମସ୍ତ ନେତା କେନ୍ଦ୍ର ସରକାରଙ୍କ ତିନି ତଲାକ  ଏବଂ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ ଜଣାଇ ବିଜେପିରେ ମିଶିଥିବା ଦିନାକର କହିଛନ୍ତି।ଚଳିତ ବର୍ଷ ଡିସେମ୍ୱର ୩୧ ସୁଦ୍ଧା ବିଜେପିର ଜାତୀୟ ସଭାପତି ଚୟନ ହେବ। ଏହା ପୂର୍ବରୁ ଆସନ୍ତା ମାସରେ ୮ ଲକ୍ଷ ବୁଥ୍, ଅକ୍ଚୋବରରେ ମଣ୍ଡଳ ନିର୍ବାଚନ ଏବଂ ନଭେମ୍ୱରରେ ଜିଲ୍ଲା ନିର୍ବାଚନ ହେବ। ଡିସେମ୍ୱର ୧୫ ସୁଦ୍ଧା ସମସ୍ତ ରାଜ୍ୟରେ ବିଜେପିର ନିର୍ବାଚନ ଶେଷ ହେବ।

ପଢନ୍ତୁ: ରାମ ମନ୍ଦିର ପାଇଁ ସୁନା ଇଟା ଯାଚିଲେ ମୋଗଲ ବଂଶଜ

Related posts

କର୍ଣ୍ଣାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ,ବିଜେପି ଆଗୁଆ!

ENO Beuro

ସୋଫାରେ ବସିବାକୁ ମନା କରି ଚେୟାର୍‌ରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି

Ratnamani Moharana

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେଲେ ଅଶୋକ ଗେହଲଟ୍‌

ENO Beuro

1 comment

ଜମ୍ମୁ-କାଶ୍ମୀରରେ କଟକଣା ପରେ ବି ଇଣ୍ଟରନେଟ୍ ସେବା ଉପଭୋଗ କରୁଥିଲେ ଗୀଲାନି August 19, 2019 at 2:31 pm

[…] ତେଲେଙ୍ଗାନାରେ ଟିଡିପିକୁ ଝଟକା, ବିଜେପିରେ… […]

Leave a Comment