News

ସବୁ ଚାଷୀଙ୍କ ପାଇଁ ପିଏମ୍‌-କିଷାନ୍‌ ଯୋଜନା, ବର୍ଷକୁ ମିଳିବ ୬ ହଜାର ଟଙ୍କା

Mm

ଦାୟିତ୍ୱ ଗ୍ରହଣ ପରେ ମୋଦି ସରକାରର  ପ୍ରଥମ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଣିକି ସମସ୍ତ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି। ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ସମସ୍ତ ଚାଷୀଙ୍କ ପାଇଁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ନିଶ୍ଚିତ କରିଛନ୍ତି।

ପ୍ରତ୍ୟେକ କୃଷକଙ୍କୁ ବର୍ଷକୁ ୬ହଜାର ଟଙ୍କାର ସହାୟତା ରାଶି ମିଳିବ। ଦେଶର ୧୪.୫କୋଟି କୃଷକ  ଏହି ଯୋଜନାରେ ସିଧାସଳଖ ଯୋଡ଼ି ହେବେ। ପୂର୍ବରୁ ପିଏମ କିଷାନ ଯୋଜନାରେ ୧୨କୋଟି ୫୦ଲକ୍ଷ କୃଷକ ଯୋଡ଼ି ହୋଇଥିବା ବେଳେ ବର୍ତ୍ତମାନ ଏଥିରେ ଆଉ ପ୍ରାୟ ୨କୋଟି କୃଷକ ଯୋଡ଼ି ହେବେ। ଏଥିପାଇଁ ଅଧିକ ୧୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପୂର୍ବରୁ ପିଏମ କିଷାନ ଯୋଜନା ପାଇଁ ବର୍ଷକୁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାକୁ ରହିଥିବା ବେଳେ ବର୍ତ୍ତମାନ ଏଥିପାଇଁ ୮୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଛାତ୍ରବୃତ୍ତି  ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନ୍ୟାସନାଲ ଡିଫେନସ ଫଣ୍ଡ  ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ବୃତ୍ତି ଯୋଜନାରେ ବଡ଼ ପରିବର୍ତ୍ତନ କରିଛନ୍ତି। ଆତଙ୍କବାଦୀ ଓ ମାଓବାଦୀ ଆକ୍ରମଣରେ ସହିଦଙ୍କ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଅର୍ଥରାଶିକୁ ବୃଦ୍ଧି କରାଯାଇଛି।
ପଢନ୍ତୁ: ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

Related posts

୨ ଭାରତୀୟଙ୍କୁ ରମଣ ମାଗସେସେ ପୁରସ୍କାର

ENO Beuro

ଟିଏମସି ପ୍ରାର୍ଥିପତ୍ର ତାଲିକାରେ ୪୧ ପ୍ରତିଶତ ମହିଳା

ENO Beuro

ସଂସଦରେ ଶୀତ ଅଧିବେଶନ ଶେଷ ,ଜାନୁୟାରୀ ୨୯ରୁ ଆରମ୍ଭ ବଜେଟ୍ ଅଧିବେଶନ୍

ENO Beuro

Leave a Comment