Entertainment

୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ଶ୍ରୀଦେବୀ ସର୍ବଶ୍ରେଷ୍ଠ ଅଭିନେତ୍ରୀ , ବିନୋଦ ଖାନାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

By ENO Beuro

April 13, 2018

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ହେଲୋ ଆର୍ସି

୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଅନ୍ୟ ଜୁରୀମାନଙ୍କ ଉପସ୍ଥିତିରେ ପ୍ୟାନେଲର ଅଧ୍ୟକ୍ଷ ଶେଖର କପୁର ଏହା ଘୋଷଣା କରିଛନ୍ତି । ଶ୍ରୀଦେବୀଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଛି । ଫିଲ୍ମ ମମ୍ ପାଇଁ ଶ୍ରୀଦେବୀଙ୍କୁ ଏହି ପୁରସ୍କାର ମିଳିଛି । ଜୀବନବ୍ୟାପୀ ଉଲ୍ଲେଖନୀୟ ଅବଦାନ ପାଇଁ ବିନୋଦ ଖାନ୍ନାଙ୍କୁ ମିଳିଛି ଦାଦା ସାହେବ ଫାଲକେ ସମ୍ମାନ ।

ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ହୋଇଛି ‘ନିଉଟନ’। ରାଜକୁମାର ରାଓଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ମନୀଷ ମୁନ୍ଦ୍ରା। ନକ୍ସଲ ପ୍ରବଣ ଅଞ୍ଚଳରେ ସ୍ୱଚ୍ଛତାର ସହ ନିର୍ବାଚନ କରିବାକୁ ଜଣେ ସଚ୍ଚୋଟ ଅଫିସରଙ୍କ କାହାଣୀ ଉପରେ ଫିଲ୍ମଟି ଆଧାରିତ । ଶ୍ରେଷ୍ଠ ଆକ୍ସନ ସହ ‘ବାହୁବଲୀ-୨’କୁ ଏକାଧିକ ବିଭାଗରେ ପୁରସ୍କାର ମିଳିଛି। ଶ୍ରେଷ୍ଠ କୋରିଓଗ୍ରାଫି ଭାବେ ‘ଟଏଲେଟ୍ ଏକ ପ୍ରେମ କଥା’ର ଗୀତ ‘ଗୋରୀ ତୁ ଲଥ୍‌ ମାର୍’ ବିବେଚିତ ହୋଇଛି । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଏ ଆର ରେହମାନଙ୍କୁ ପୁରସ୍କାର ମିଳିଛି ।

‘ହ୍ୟାଲୋ ଆର୍ସି’ ହୋଇଛି ଶ୍ରେଷ୍ଠ ଓଡିଆ ଫିଲ୍ମ । ଏହାର ନିର୍ମାତା ହେଉଛନ୍ତି ଅଜୟ ରାଉତରାୟ ଓ ନିର୍ଦ୍ଦେଶକ ସମ୍ବିତ ମହାନ୍ତି । ବେଷ୍ଟ କନ୍ନଡ ପିଲ୍ମ ଭାବେ ‘ହିବିତୁ ରାମକ୍କା’, ବେଷ୍ଟ ମରାଠୀ ଫିଲ୍ମ ଭାବେ ‘କଚ୍ଚା ଲିମ୍ବୁ’କୁ ପୁରସ୍କାର ମିଳିଛି । ଏହି ପୁରସ୍କାର ଆଗାମୀ ମେ ୩ରେ ପ୍ରଦାନ କରାଯିବ ।

ପଢନ୍ତୁ ;

କଠୁଆ ଗଣବଳାତ୍କାର : ୮ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା