EnewsOdia.Com

ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ସମ୍ପତ୍ତି ସିଲ କରିବା ପୂର୍ବରୁ ଦଙ୍ଗାକାରୀଙ୍କୁ ଆଶ୍ଵସ୍ତି

ଭାରତରେ ନୂଆ ଆଇନ CAA ପାରିତ ହେବାପରେ ସାରା ଭାରତରେ ଦେଖାଦେଇଛି ଡଙ୍ଗା। ଏହି ଦଙ୍ଗା ପାଇଁ ସରକାର ଏହି ଆଇନକୁ କିଛି ମାସ ପାଇଁ ସ୍ଥଗିତ ରଖିଛନ୍ତି। ତେବେ ଏହି ଆଇନକୁ ବିରୋଧ କରି ପୋଡାଜଳା ସମୟରେ ବହୁ ସରକାରୀ ସହ ବେସରକାରୀ ସମ୍ପତି ନଷ୍ଟ ହୋଇଛି। ତେବେ ବିରୋଧକାରୀ ଲୋକଙ୍କ ସମ୍ପତ୍ତି ସିଲ୍‌ କରିବାକୁ ଆଜି ଉତ୍ତର ପ୍ରଦେଶ ସରକାର ୭ ଦିନର ସମୟ ଦେଇଛନ୍ତି। ଯେଉଁମାନଙ୍କୁ ନୋଟିସ ହୋଇଛି ସେମାନେ ୭ ଦିନ ମଧ୍ୟରେ ଜବାବ ଦେବେ। ଯଦି ୭ ଦିନ ମଧ୍ୟରେ ସେମାନେ ଏହାର ଜବାବ ନ ଦେବେ, ତା’ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ୟୁପି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଥମେ ସେମାନଙ୍କୁ ଜୋରିମାନା ଭରିବା ପାଇଁ କୁହାଯିବ। ଯଦି ସେମାନେ ଆର୍ଥିକ ସହାୟତା ଦେବାରେ ବିଫଳ ହେବେ, ତା’ହେଲେ ସେମାନଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ, ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ। ଏହାପରେ କେବଳ ଲକ୍ଷ୍ନୌରେ ଘଟିଥିବା ପୋଡ଼ାଜଳ ପାଇଁ ୧୫୦ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଭିଡିଓ ଫୁଟେଜ ଓ ଫଟୋ ଜରିଆରେ ପ୍ରଶାସନ ଏବଂ ପୁଲିସ ହିଂସା ସୃଷ୍ଟିକାରୀଙ୍କୁ ଚିହ୍ନଟ କରିଥିଲା।
ପଢନ୍ତୁ: ବଜାରକୁ ଆସୁଛି ହୋଣ୍ଡାର ଆକ୍ଟିଭା ୬ ଜି

ସମ୍ବନ୍ଧିତ ଖବର

ହରିୟାଣା ସସ୍‌ପେନ୍ସରେ ପୁର୍ଣ୍ଣଛେଦ୍‌: ବିଜେପିରୁ ମୁଖ୍ୟମନ୍ତ୍ରୀ-ଜେଜେପିରୁ ଉପମୁଖ୍ୟମନ୍ତ୍ରୀ

Ratnamani Maharana

ପାକ୍‌ ଅଧିକୃତ କାଶ୍ମୀର ଆମର ବୋଲି କହିଲେ ସେନାମୁଖ୍ୟ

Ratnamani Maharana

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଗୃହୀତ

Ratnamani Maharana

ଟ୍ରମ୍ପଙ୍କୁ ‘ପାଗଳ ବୃଦ୍ଧ’ କହିଲା ଆଇଏସର ନୂଆ ଉତ୍ତରାଧିକାରୀ

Ratnamani Maharana

ୱାଇଫାଇ ସହ ଯୋଡି ହେବାକୁ ଯାଉଛି ବିଧାନସଭା

Ratnamani Maharana

ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ୧୯୧ କୋଟି ମୂଲ୍ୟର ବିମାନ କିଣିଲେ ଗୁଜରାଟ ସରକାର

Ratnamani Maharana