News

ଢେଙ୍କାନାଳ:ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ

elephant

ଦୀର୍ଘଦିନ ଧରି ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଦେଖା ଯାଉଥିବା ବେଳେ ଆଜି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକା ସାଙ୍ଗରେ ୭ଟି ହାତୀଙ୍କର ମୃତ୍ୟୁ ହୋଇଛି । ସଦର ରେଂଜ କମଳାଙ୍ଗ ଠାରେ ହାତୀଙ୍କର ଏହି ଅଭାବନୀୟ ମୃତ୍ୟୁ ହୋଇଛି । ହାତୀଙ୍କର ମୃତଦେହ ନାଳ ଭିତରେ ପଡି ରହିଥିବା ଦେଖାଯାଇଛି । ମୃତଦେହ ଗୁଡିକ ଗୋଟିକ ଉପରେ ଗୋଟିଏ ଲଦାଲଦି ହୋଇ ରହିଛି ।

elephant

ଏହି ବିଦ୍ୟୁତ ତାର ଭୂମିଠାରୁ ମାତ୍ର ୮ ଫୁଟ୍‌ ଉଚ୍ଚତାରେ ରହିଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ତେବେ ଅଳ୍ପ ଉଚ୍ଚତାରେ ବିଦ୍ୟୁତ ତାର ଯାଇଥିବା ନେଇ ବନବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ଗତ ୧୦ ମାସ ମଧ୍ୟରେ ରାଜ୍ୟରେ ପାଖାପାଖି ୧୫୦ ହାତୀ ବିଦ୍ୟୁତ ସଂସ୍ପର୍ଷରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ପଢନ୍ତୁ; ଟାଲିନ୍‌ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲ ଲାଗି ‘ହାଲୋ ଆର୍ସି’ ମନୋନୀତ

Related posts

ଶ୍ରୀମନ୍ଦିର : ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜା ଆଜି ମୁହଁ ଖୋଲିଛନ୍ତି

ENO Beuro

ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ

ENO Beuro

Leave a Comment