• Home
  • News
  • କେନ୍ଦ୍ର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି
News

କେନ୍ଦ୍ର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି

ମହଙ୍ଗା ଭତ୍ତା ୭%କୁ ବୃଦ୍ଧି

କେନ୍ଦ୍ର ସରକାର ଗତକାଲି ୧୧ ନିୟୁତ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ) ବଢ଼ାଇଛନ୍ତି।ଏହା ପୂର୍ବରୁ ୫% ଥିବାବେଳେ ବର୍ତ୍ତମାନ ୭%କୁ ବଢ଼ାଯାଇଛି, ଯାହାକି ୨୦୧୮ ଜାନୁୟାରୀ ୧ରୁ ପିଛିଲା ଭାବେ ଲାଗୁ ହେବ।

ସେମାନଙ୍କ ମଧ୍ୟରେ ରହିଛନ୍ତି ୪୮ ଲକ୍ଷ ୪୧ ହଜାର କର୍ମଚାରୀ ଏବଂ ୬୧ ଲକ୍ଷ ୧୭ ହଜାର ପେନ୍‌ସନ୍‌ଭୋଗୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ୍‌ ବୈଠକରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଡିଏ ଏବଂ ପେନ୍‌ସନଭୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଡିୟର୍‌ନେସ୍‌ ରିଲିଫ୍‌(ଡିଆର୍‌)ରେ ୨% ବୃଦ୍ଧି କରାଯାଇଥିବା ସରକାରୀ ବିବୃତିରେ ପ୍ରକାଶ କରାଯାଇଛି।

ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁ ରାଜକୋଷ ଉପରେ ୧୨ ହଜାର କୋଟି ଟଙ୍କାର ବୋଝ ପଡିବ।

କେନ୍ଦ୍ର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି da

ପଢନ୍ତୁ;ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

Related posts

ଦଳିତ ନାବାଳିକାଙ୍କୁ ନିର୍ଭୟା ଭଳି ଗଣଦୁଷ୍କର୍ମ :କେନାଲରେ ଫିଙ୍ଗିଲେ ଦୁର୍ବୃତ୍ତ

Krishna Kumar Manoj

ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାନରେ ପରିବର୍ତ୍ତନ ହେବାସହ ଥଣ୍ଡା ବଢିବ – ପାଣିପାଗ କେନ୍ଦ୍ର

Krishna Kumar Manoj

ନୋ ପାର୍କିଂ ରେ ରଖାଯାଇଥିବା ଗାଡିର ଫଟୋ ଉଠାଇ ପଠାନ୍ତୁ ଓ ପୁରସ୍କାର ଜିତନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More