LIFESTYLE

ଆପଣଙ୍କୁ ରାତିରେ ନିଦ ହଉ ନାହିଁ କି ?ଆସନ୍ତି ଜାଣିବା ଏହାର ୭ଟି କାରଣ

ଗୋଟେ ସୁସ୍ତ ଜୀବନ ପାଇଁ ସୁଖ ନିଦ୍ରା ନିହାତି ଆବଶ୍ୟକ । ସୁସ୍ତ ରହିବା ପାଇଁ ନିହାତି ୬ ରୁ ୭ ଘଣ୍ଟା ଶୋଇବା ଦରକାର । ଯଦି ଆପଣଙ୍କ ନିଦ ପୁରା ହୋଇ ନାହିଁ  ତେବେ ଆପଣଙ୍କୁ ଦିନ ଯାକ ଥକା ଲାଗିବ ଓ ଆଳସ୍ୟ ଅନୁଭବ କରିବେ । ନିଦ୍ରାହୀନତା ମୁଣ୍ଡବିନ୍ଧା ଓ କ୍ଳାନ୍ତି ଜନିତ ସମସ୍ୟାକୁ ଡାକି ଆଣିଥାଏ। ଏହା ବେଳେ ବେଳେ ଅବସାଦଗ୍ରସ୍ତତାର କାରଣ ବି ହୋଇଥାଏ। ପ୍ରାୟତଃ ୨୦ରୁ ୪୦ ବର୍ଷ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଅଧିକ ଭାବେ ଦେଖିବାକୁ ମିଳିଥାଏ। ଆସନ୍ତୁ ଜାଣିବା ନିଦ୍ରାହୀନତାର କାରଣ …

ଯଦି ଆପଣ ଆପଣଙ୍କ ଘରେ ଏୟାରକଣ୍ଡିସ୍‌ନର୍‌ ଭୁଲ୍‌ ସ୍ଥାନରେ ଲଗାଇଛନ୍ତି ,ତେବେ ଏହା ଦ୍ୱାରା ଆପଣଙ୍କ ଶରୀରକୁ ସଠିକ୍‌ ମାତ୍ରାରେ ତାପମାତ୍ରା ଯାଇପାରିନଥାଏ। ଯାହା ଦ୍ୱାରା କି ଆପଣ ଠିକ୍‌ ଭାବରେ ଶୋଇପାରିନଥାନ୍ତି।

କୌଣସି ଆଲର୍ଜି ଜନିତ ସମସ୍ୟା ହେତୁ ତ୍ୱଚା କୁଣ୍ଡେଇ ହେବା ଓ ପୋଡ଼ାଜଳା ସମସ୍ୟାକୁ ନେଇ ମଧ୍ୟ ବ୍ୟକ୍ତି ରାତିରେ ଶୋଇପାରିନଥାଏ। ଏଥିରୁ ମୁକୁଳିବା ପାଇଁ ହେଲେ ଆପଣ କୌଣସି ଜଣେ ତ୍ୱଚା ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।ତେଣୁ ଆପଣ ଏହି ଉପଚାର ପାଇଁ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଆମକୁ ଅତି ନରମ ଗଦିରେ ଭଲ ନିଦ ହୋଇଥାଏ। ହେଲେ ଯଦି ଗଦିଟି ଅଧିକ ନୀଚ୍ଚା ହୋଇଥାଏ ତ, ତେବେ ରାତିରେ ନିଦ ହୋଇ ନ ଥାଏ । ଅଧିକ ଉଚ୍ଚତାର ଗଦି ବି ଆମ ଶରୀରର କହୁଣୀ, କାନ୍ଧ ଏବଂ ପିଠିର ତଳ ଭାଗ ଦରଜ କରାଏ । ତେଣୁ ଆପଣ ଆପଣଙ୍କ ଶରୀରକୁ ସୁହାଇଲା ଭଳି ଗଦି କିଣନ୍ତୁ।

ଅଧିକ ରାତି ଯାଏଁ ମାଦକ ଦ୍ରବ୍ୟର ସେବନ ମଧ୍ୟ ବ୍ୟକ୍ତିିର ନିଦରେ ପ୍ରଭାବ ପକାଇଥାଏ। ତେଣୁ ଆପଣ ଏହାକୁ ଶୋଇବା ପୂର୍ବରୁ ଆଦୌ ମାଦକ ସେବନ କରନ୍ତୁ ନାହିଁ। ଆପଣ ଯେତେବେଳେ ଅନିଦ୍ରା ରହିଥା’ନ୍ତି ସେହି ସମୟଟି ଆପଣଙ୍କ ଶରୀରକୁ ମେଟାବୋଲାଇଜ୍‌ କରିବାର ସମୟ ହୋଇଥାଏ। ତେଣୁ ଆପଣ ଶୋଇବାକୁ ଯିବା ପୂର୍ବରୁ ମାଦକ ଦ୍ରବ୍ୟର ସେବନଠାରୁ ଦୂରେଇ ରହନ୍ତୁ।

ଶୋଇବା ସମୟରେ ଅତ୍ୟଧିକ ମାତ୍ରାରେ ପରିସ୍ରା ଲଗିବା ଦ୍ୱାରା ବ୍ୟକ୍ତି ବାରମ୍ବାର ନିଦରୁ ଉଠିଥାଏ, ଯାହାକି ତାହାର ନିଦକୁ ଅସଂପୂର୍ଣ୍ଣ କରିଥାଏ। ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ ଆପଣ ସଂନ୍ଧ୍ୟା ସମୟରେ ତରଳ ଜାତୀୟ ପଦାର୍ଥର୍ ଖାଇବା ଠାରୁ ଦୂରେଇ ରହନ୍ତୁ। ଏହା ପରେ ବି ଯଦି ଆପଣଙ୍କୁ ଏହି ସମସ୍ୟାଟି ଲାଗି ରହୁଛି ତ,ତେବେ ଏହା ମୂତ୍ର ସଂକ୍ରମଣ,କିଡ଼୍‍ନି ଜନିତ ସମସ୍ୟା, ମଧୁମେହ ଭଳି ଗମ୍ଭୀର ସମସ୍ୟାକୁ ନେଇ ହେଉଛି ବୋଲି ଜାଣନ୍ତୁ।

ଚିନ୍ତା ଜନିତ ସମସ୍ୟା ଦେଇ ଗତି କରୁ ଥିଲେ,ଏହା ସେମାନଙ୍କ ନିଦରେ ବାଧା ପହଁଞ୍ଚାଇଥାଏ। ଆପଣଙ୍କୁ ଯଦି କୌଣସି କାରଣକୁ ନେଇ ଚିନ୍ତିତ ଲାଗୁଛି ବା ଆପଣ ଅବସାଦରେ ଅଛନ୍ତି ,ଯାହାକି ଆପଣଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଛି; ତେବେ ଆପଣ ସୁମଧୁର ଗୀତ ଶୁଣନ୍ତୁ ବା ଗପ ବହି ପଢ଼ନ୍ତୁ।ଏହାପରେ ବି ଯଦି ଆପଣଙ୍କୁ ନିଦ ଲାଗୁନି ତ, ତେବେ ଆପଣ କୌଣସି ମନୋଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ।
ଆପଣଙ୍କୁ ରାତିରେ ନିଦ ହଉ ନାହିଁ କି ?ଆସନ୍ତି ଜାଣିବା ଏହାର ୭ଟି କାରଣ problem in slipping

ପଢନ୍ତୁ ;

ଜାତୀୟ ସାହସିକତା ପୁରସ୍କାର ପାଇଁ ୧୮ଜଣ ଶିଶୁ ମନୋନିତ, ଓଡ଼ିଶାରୁ ଦୁଇଜଣ

Related posts

ଆସନ୍ତୁ ଜାଣନ୍ତୁ ମୁଳାପତ୍ର ଶରୀର ପାଇଁ କେତେ ଉପଯୋଗୀ ?

Krishna Kumar Manoj

କାନର କେଉଁ ଅଂଶ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

କେବଳ ସ୍ୱାଦ ନୁହେଁ ସୌନ୍ଦର୍ଯ୍ୟକୁ ମଧ୍ୟ ବଢାଇଥାଏ ମେଥି ! ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More