News

ନିଷ୍କାସିତ ହେଲା ହୀରାକୁଦର ପ୍ରଥମ ଜଳ

Hirakud Dam Water Releasing Thumbnail 2 750x430

ଆଜି ହୀରାକୁଦ ଡ୍ୟାମରୁ ନିଷ୍କାସନ ହେଉଛି  ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ପୂର୍ବାହ୍ନ ୧୧: ୨୬ରେ ହୀରାକୁଦ ଜଳଭଣ୍ଡାରର ସାତ ନମ୍ବର ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଗେଟ୍‌ ଖୋଲାଯିବା ପାଇଁ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଶୁଭମ୍‌ ସାକ୍‌ସେନା ନଡ଼ିଆ ଭାଙ୍ଗିବା ପରେ ଗେଟ୍‌ ଖୋଲିଥିଲେ। ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ସହ ଏହି ଉତ୍ସବରେ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୁନୀଲ ନାୟକ  ଉପସ୍ଥିତ ଥିଲେ। ସମ୍ପ୍ରତି ୭ ନମ୍ବର ଗେଟ୍‌ ଦେଇ ପ୍ରତି ସେକେଣ୍ଡ୍‌ ୧୫ ହଜାର ୫୦୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସ୍ଲୁଇସ୍‌ ଗେଟ୍‌ ଖୋଲାଯିବା ସମୟରେ ଜଳଭଣ୍ଡାରର ଜଳସ୍ତର ଥିଲା ୬୧୮. ୯୬ ଫୁଟ୍‌।

ଗେଟ୍‌ ଖୋଲିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବାରୁ ଏହା ପ୍ରତିକାତ୍ମକ ବନ୍ୟାଜଳ ନିଷ୍କାସନ ବୋଲି କୁହାଯାଉଛି। ଡ଼ାକବାଜି ଯନ୍ତ୍ର ଯୋଗେ ବନ୍ୟା ଜଳ ନିଷ୍କାସନ ନେଇ ସୂଚନା ଦିଆଯାଇଛି । ଏହି ସମୟରେ କେହି ମହାନଦୀ ମଧ୍ୟକୁ ନଯିବାକୁ ଓ ଗୃହପାଳିତ ପଶୁଙ୍କୁ ନଦୀ ଆଖପାଖକୁ ନ ଛାଡିବାକୁ ପ୍ରଚାର କରାଯାଇଥିଲା। ଗେଟ୍‌ ଖୋଲାଯିବା ପୂର୍ବରୁ ପ୍ରଥା ଅନୁଯାୟୀ ପୂଜାପାଠ, କୀର୍ତ୍ତନ କରାଯାଇଥିଲା। ଜଳପ୍ରବାହ ଦେଖିବାକୁ ବନ୍ଧ ଉପରେ ଜନଗହଳି ହୋଇଥିଲା।

ପଢନ୍ତୁ: ସ୍ୱାଧୀନତା ଦିବସ ଦିନକ ପୂର୍ବରୁ ଝଲସିଲା ସଂସଦ ଭବନ

Related posts

ଫନିଠୁ ବଳିଗଲା କାଳବୈଶାଖୀ

Ratnamani Moharana

ରାଜ୍ୟ ସଭାରେ ମିଳିଲା ସାନ୍ତାଳୀ ଭାଷାକୁ ମାନ୍ୟତା

ENO Beuro

ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣା:ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ପୁଅ ଗିରଫ

ENO Beuro

Leave a Comment