News

୭ ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି! ଜାଣନ୍ତୁ କେଉଁ ରାଜ୍ୟରେ କିଏ?

୭ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବିହାର, ଜମ୍ମୁ କାଶ୍ମୀର, ହରିୟାଣା, ତ୍ରିପୁରା, ସିକିମ୍, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି।

ସତ୍ୟପାଲ ମଲ୍ଲିକଙ୍କୁ ଜାମ୍ମୁକାଶ୍ମୀରର ନୂତନ ରାଜ୍ୟପାଳ

ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଜାମ୍ମୁକାଶ୍ମୀରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏବେ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଶାସନ ଜାରି ରହିଥିବାବେଳେ ଶ୍ରୀ ମଲ୍ଲିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

ବରିଷ୍ଠ ବିଜେପି ନେତା ଲାଲ୍ ଜୀ ଟଣ୍ଡନଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ହରିଆଣା ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

kobind

ଏତଦବ୍ୟତୀତ ତ୍ରିପୁରା ରାଜ୍ୟପାଳ ଥିବା ତଥାଗତ ରାୟଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବାବେଳେ ହରିୟାଣା ରାଜ୍ୟପାଳ ଥିବା କପ୍ତାନ ସିଂହ ସୋଲାଙ୍କୀଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ବେବି ରାଣୀ ମୌର୍ଯ୍ୟଙ୍କୁ ଉତରାଖଣ୍ଡର ନୂତନ ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଥିବା ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମେଘାଳୟ ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ସିକିମ ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି।

ପଢନ୍ତୁ;ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ସୌରଭ ଚୌଧୁରୀ,ଭାରତ ପାଇଁ ଆଣିଲେ ତୃତୀୟ ସ୍ୱର୍ଣ୍ଣ ପଦକ

Related posts

ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ !

ENO Beuro

ଦୁଷ୍କର୍ମ ପରେ ବୋହୂକୁ ପୋଡ଼ିଦେବା ଘଟଣା :ଶେଷରେ ଆଖି ବୁଜିଲେ ପୀଡ଼ିତା

ENO Beuro

ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More