EnewsOdia.Com

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

୨୦୧୯-୨୦ ଶିକ୍ଷାବର୍ଷରେ ଯୁକ୍ତ୩ ପ୍ରଥମ ଓ ଦ୍ବିତୀୟ ବର୍ଷରେ ଶିକ୍ଷା ଗ୍ରହଣ କରୁଥିବା ୭୦୦ରୁ ଅଧିକ ଛାତ୍ରଛାତ୍ରୀ ମେଡିକାଲ ସମସ୍ୟା ଦେଖାଇ କଲେଜ ପରିବର୍ତନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିକଟରେ ଆବେଦନ କରିଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ତେଣୁ ଯେଉଁ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ସେମାନଙ୍କ ମେଡିକାଲ ସାର୍ଟିଫିକେଟ୍‌କୁ ଭଲ ଭାବେ ଯାଞ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦେଶକ(ଡିଏମ୍‌ଇଟି) ନିଜସ୍ତରରେ ମେଡିକାଲ ବୋର୍ଡ ଗଠନ କରି ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଡିଏମ୍‌ଇଟିଙ୍କୁ ଚିଠି ଲେଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୧୦ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ଡିଏମ୍‌ଇଟିକୁ ପଠାଯାଇଛି। ଖୁବ୍‌ଶୀଘ୍ର ବାକି ଛାତ୍ରଛାତ୍ରୀଙ୍କ ତାଲିକା ପଠାଯିବ ବୋଲି ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ପଢନ୍ତୁ: ଗୋଡରେ ନୁହେଁ ପ୍ରତିଦିନ ହାତରେ ଚାଲନ୍ତି ସୌଭାଗ୍ୟ

ସମ୍ବନ୍ଧିତ ଖବର

ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

Ratnamani Maharana

ନଭେମ୍ବର ୨ୟ ସପ୍ତାହରେ ରାଜ୍ୟରେ ଅନୁଭୂତ ହେବ ଶୀତ

Ratnamani Maharana

ପ୍ରତିବର୍ଷ କାର୍ତ୍ତିକ ପୁର୍ନିମାରେ ଆୟୋଜିତ ହୁଏ ଭିକ୍ଷୁକ ମେଳା

Ratnamani Maharana

କମିଲା ବର୍ଷା, ଆସୁଛି ଶୀତ

Ratnamani Maharana

ଲଗାଣ ବର୍ଷାରେ ବେହାଲ ଓଡିଶା

Ratnamani Maharana

ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

Ratnamani Maharana