News

ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ହେବ ୭୫ ମିଟର ପର୍ଯ୍ୟନ୍ତ ଜାଗା

Jagannath Temple

ପୁରୀ ଶ୍ରୀମନ୍ଦିର  ସୁରକ୍ଷା ନେଇ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜଷ୍ଟିସ ବିପି ଦାସ କମିଶନ ନିଜ ପ୍ରଥମ ଅନ୍ତରୀଣ ରିପୋର୍ଟରେ ଦେଇଥିବା କିଛି ସୁପାରିସକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରସ୍ତାବ ଅନୁସାରେପୁରୀରେ ଭକ୍ତ ଓ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚାରିପଟେ ଥିବା ନିର୍ମାଣ, ଦୋକାନ ଗୃହ ଓ କୋଠାଗୁଡ଼ିକୁ ଉଚ୍ଛେଦ କରାଯିବ। ହେଲେ ଶ୍ରୀମନ୍ଦିର ନୀତି ସହ ଜଡ଼ିତ ଥିବା ମଠ ଓ ମନ୍ଦିରକୁ ବାଦ୍ ଦିଆଯାବ । ସିଂହଦ୍ୱାର ଦୁଇ ପାର୍ଶ୍ୱରେ ଥିବା ଛାଉଣୀ ଓ ବଡ଼ଛତା ମଠ, ଦକ୍ଷିଣଦ୍ୱାରରେ ଥିବା ମହାବୀର ମନ୍ଦିର ଉଚ୍ଛେଦ କାର୍ଯ୍ୟରୁ ବାଦ୍ ପଡ଼ିବା ସମ୍ବାବନା ରହିଛି । ସେହିପରି ହାଇକୋର୍ଟରେ ମାମଲା ଚାଲିଥିବା କିଛି ନିର୍ମାଣକୁ ମଧ୍ୟ ବାଦ୍ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ସମ୍ପୂର୍ଣ୍ଣ ଅବରୋଧମୁକ୍ତ କରି ତାର ଚତୁଃପାର୍ଶ୍ୱରେ ପରିକ୍ରମା ମାର୍ଗ କରାଯିବ । ପୁନର୍ବାସ ଓ ଥଇଥାନ ଯୋଜନାରେ କ୍ଷତିପୂରଣ ପ୍ରଦାନ କରାଯାଇ ଏହି ଉଚ୍ଛେଦ କରାଯିବ।

ସେହିଭଳି ଓଡ଼ିଶା ପୁଲିସ ସର୍ଭିସ ରୁଲ୍ ୨୦୧୩ର ସଂଶୋଧନ, OSRTCର ଆର୍ଥିକ ପୁନରୁଦ୍ଧାର ଓ ଓଡ଼ିଶା ମାରିଟାଇମ ବୋର୍ଡ ଗଠନ ନେଇ ପ୍ରସ୍ତାବିତ ବିଲକୁ ଆଜି କ୍ୟାବିନେଟର ମଞ୍ଜୁରୀ ମିଳିଛି। ବିଲ ବିଧାନସବାରେ ପାସ ହେବା ପରେ ମେରିଟାଇମ୍‌ ବୋର୍ଡ ଗଠନ କରାଯିବ। ମୁଖ୍ୟ ଶାସନ ସଚିବ ଏହାର ମୁଖ୍ୟ ରହିବେ ଓ ଅନ୍ୟ ୧୨ ଜଣ ଏଥିରେ ସଦସ୍ୟ ରହିବେ। ବନ୍ଦରଭିତ୍ତିକ ଶିଳ୍ପର ବିକାଶ ଲାଗି ଏହି ବୋର୍ଡ କାର୍ଯ୍ୟ କରିବ।

ପଢନ୍ତୁ: ଜମ୍ମୁ ଓ କଶ୍ମୀରର ପାଞ୍ଚଟି ଜିଲ୍ଲାକୁ ଫେରିଲା ୨ଜି ମୋବାଇଲ୍‌ ଇଣ୍ଟର୍‌ନେଟ୍‌

Related posts

୧୪,୫୨୩ କୋଟିର ବିକାଶ ଯୋଜନା ନେଇ ଓଡିଶା ଆସୁଛନ୍ତି ମୋଦି

ENO Beuro

ଜଳୁଛି ଓଡିଶା: ୪୦ ଡିଗ୍ରି ଟପିଲା ୫ ସହରର ତାପମାତ୍ରା

Ratnamani Moharana

ବିଦାୟ ପାରିକର: ତାଙ୍କ ଜୀବନର କିଛି ଅଜଣା କଥା

Ratnamani Moharana