News

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ଔଷଧୀୟ ଚାରା ବୋର୍ଡର ସପ୍ତମ ବୈଠକ

medicine

କେନ୍ଦ୍ର ଆୟୁଷ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେଶୋ ନାଏକଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ଔଷଧୀୟ ଚାରା ବୋର୍ଡର ସପ୍ତମ ବୈଠକ ୩୦ ଅଗଷ୍ଟ, ୨୦୧୮ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ତ୍ରୀ କହିଥିଲେ ଯେ ଔଷଧୀୟ ଚାରା କ୍ଷେତ୍ରରେ ବିକାଶ ନିମନ୍ତେ ସରକାର ଆବଶ୍ୟକୀୟ ସହାୟତା ପ୍ରଦାନ କରିବେ । ବୋର୍ଡ ବୈଠକରେ ବିଭିନ୍ନ ଏଜେଣ୍ଡା ସ୍ୱୀକୃତି ପାଇଁ ଆଲୋଚନା କରାଯାଇଥିଲା । ବୋର୍ଡ ଦ୍ୱାରା ଚାଷ, ସଂରକ୍ଷଣ, ଆଇଇସି, ଆର ଆଣ୍ଡ ଡି ଆଦି କ୍ଷେତ୍ରରେ ସଫଳତା ଉପରେ ସମୀକ୍ଷା କରିଥିଲେ।

medicine

ରାଜ୍ୟ ଔଷଧୀୟ ଚାରା ବୋର୍ଡଗୁଡିକୁ ଆୟୁଷ ଅଧିନକୁ ଆଣିବା ସହିତ ଚାଷ ଏବଂ ମାର୍କେଟିଂ ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକ ପାଇଁ ବିଭିନ୍ନ ରାଜ୍ୟ ସହିତ ପରାମର୍ଶ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଆୟୁଷ ସଚିବ ବେଦ୍ୟ ରାଜେଶ କୋଟେଚା ଏବଂ ଅନ୍ୟ ୧୪ଟି ମନ୍ତ୍ରଣାଳୟ/ ବିଭାଗ ଏବଂ ବିଭିନ୍ନ କ୍ଷେତ୍ରର ଡୋମେନ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

ପଢନ୍ତୁ;କାଠମାଣ୍ଡୁରେ ପଶୁପତିନାଥ ଧର୍ମଶାଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Related posts

ଲମ୍ବା ପ୍ରତୀକ୍ଷା ପରେ କମିଲା ବସ୍ ଭଡା

ENO Beuro

ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Ratnamani Moharana

ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶ ଯାତ୍ରାରେ ଯାଉଥିବା ବ୍ୟକ୍ତିଙ୍କ ନାମ ପ୍ରଘଟ କରିବା ପାଇଁ ନିର୍ଦ୍ଦେଶ

ENO Beuro

Leave a Comment