Spread the loveକେନ୍ଦ୍ର ସରକାର କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଓ କଲେଜରେ ପାଠ ପଢାଉଥିବା ଅଧ୍ୟାପକଙ୍କ ପାଇଁ ବେତନ ୧୦,୪୦୦ ରୁ  ୪୯, ୮୦୦ ଟଙ୍କା କୁ ବୃଦ୍ଧି ଘଟିଛି। ସପ୍ତମ ବେତନ... କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଓ କଲେଜରେ ପାଠ ପଢାଉଥିବା ଅଧ୍ୟାପକଙ୍କ ଦରମା ବୃଦ୍ଧି
Spread the love

କେନ୍ଦ୍ର ସରକାର କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଓ କଲେଜରେ ପାଠ ପଢାଉଥିବା ଅଧ୍ୟାପକଙ୍କ ପାଇଁ ବେତନ ୧୦,୪୦୦ ରୁ  ୪୯, ୮୦୦ ଟଙ୍କା କୁ ବୃଦ୍ଧି ଘଟିଛି। ସପ୍ତମ ବେତନ ଲାଗୁ ନେଇ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି । ବୁଧବାର କ୍ୟାବିନେଟ୍ ବୈଠକରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ସପ୍ତମ ବେତନ ଆୟୋଗଙ୍କ ସୁପାରିଶକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସପ୍ତମ ବେତନ ଲାଗୁ ହେବା ଦ୍ଵାରା ଦେଶର ୭.୫୧ ଲକ୍ଷ ଶିକ୍ଷକ ଉପକୃତ ହେବେ । ୨୦୧୬ ଜାନୁଆରୀ ୧ରୁ ଏହା ଲାଗୁ ହେବ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ  ଏହି ନିଷ୍ପତ୍ତି ଦ୍ଵାରା କେନ୍ଦ୍ର ସରକାରଙ୍କ ସହାୟତା ପ୍ରାପ୍ତ ୨୧୩ ଶିକ୍ଷାନୁଷ୍ଠାନ, ୩୨୯ ରାଜ୍ୟ ଏବଂ ୧୨,୯୧୨ କଲେଜଙ୍କୁ ଫାଇଦା ମିଳିବ । କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଆଇଆଇଏମ, ଆଇଆଇଟି,ଆଇଆଇଏସି ଓ ଏନଆଇଆଇଟି ପରି କେନ୍ଦ୍ରୀୟ ସଂସ୍ଥାର ୫୮ ହଜାର ଅଧ୍ୟାପକଙ୍କୁ ଫାଇଦା ମିଳିବ।  ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକଙ୍କ ବେତନରେ ଭିନ୍ନ ଭିନ୍ନ ଶ୍ରେଣୀରେ ୧୦ ହଜାରରୁ ୫୦ ହଜାର ଟଙ୍କା ଟଙ୍କା ବୃଦ୍ଧି ଘଟିଛି। ଏହି ବେତନ ବୃଦ୍ଧି ୨୨ ପ୍ରତିଶତରୁ ୨୮ ପ୍ରତିଶତ ମଧ୍ୟରେ ରହିଛି।

କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଶିକ୍ଷକଙ୍କ ବେତନ ବୃଦ୍ଧି ଦ୍ଵାରା କେନ୍ଦ୍ର ସରକାରଙ୍କ ଉପରେ ବାର୍ଷିକ ୧୪୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।

କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଓ କଲେଜରେ ପାଠ ପଢାଉଥିବା ଅଧ୍ୟାପକଙ୍କ ଦରମା ବୃଦ୍ଧି

ପଢନ୍ତୁ, ପଞ୍ଚକୁଲା ସିରସାରେ ହିଂସା ପାଇଁ ମୁଁ ଷଡଯନ୍ତ୍ର ରଚନା କରିଥିଲି – ହନିପ୍ରୀତ ଇନସାନ

No comments so far.

Be first to leave comment below.

Your email address will not be published. Required fields are marked *