News

ସରିଫଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ 

ଆଉ ଏକ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ଦୁର୍ନୀତି ନିବାରଣ କୋର୍ଟ ଗତକାଲି ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ପାନାମା ପେପର୍ସ ମାମଲାରେ ତାଙ୍କୁ ଦୋଷମୁକ୍ତ କରାଯାଇଛି । ଇସ୍ଲାମାବାଦର ଆକାଉଣ୍ଟିବିଲିଟି କୋର୍ଟ-୨ର ଜଜ୍‌ ମହମ୍ମଦ ଅର୍ସାଦ ମଲ୍ଲିକ ଏହି ଦଣ୍ଡାଦେଶ ଶୁଣାଇଥିଲେ । ଅଲ-ଅଜିଜିଆ ଷ୍ଟିଲ ମିଲ୍ସ ଲାଞ୍ଚକାରବାର ମାମଲାରେ ସରିଫଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ଜଜ୍‌ ଅର୍ସାଦ କହିଛନ୍ତି । ପୂର୍ବରୁ ଆଉ ଏକ ମାମଲାରେ ତାଙ୍କୁ ୧୦ ବର୍ଷ ଦେଲ ଦଣ୍ଡ ଦିଆଯାଇଥିଲା ।

nawaz_sharif

ଏବନଫିଲ୍ଡ ପ୍ରୋପଟିଜ ମାମଲା, ଫ୍ଲ୍ୟାଗସିଫ ଇନଭେଷ୍ଟମେଣ୍ଟ ମାମଲା ଓ ଅଲ-ଜଜିଜିଆ ମାମଲାର ଖୁଲାସା ୨୦୧୭ରେ ହୋଇଥିଲା । ସୁପ୍ରିମକୋର୍ଟ ଏହି ମାମଲାଗୁଡିକର ଶୁଣାଣି ପାଇଁ ୬ ମାସର ସମୟସୀମା ଦେଇଥିଲେ । କିନ୍ତୁ କ୍ରମାଗତ ଅପିଲ ପରେ ବର୍ତ୍ତମାନ ଏହି ମାମଲାରେ ରାୟ ଆସିଛି । ଏବନଫିଲ୍ଡ ପ୍ରୋପଟିଜ ମାମଲାରେ ନୱାଜ ସରିଫଙ୍କୁ ୧୧ ବର୍ଷ, ତାଙ୍କ ଝିଅ ମରିୟମ ସରିଫଙ୍କୁ ୮ ବର୍ଷ ଓ ଜ୍ବାଇଁ ଅବସରପ୍ରାପ୍ତ ମହମ୍ମଦ ସଫଦରଙ୍କୁ ଏକ ବର୍ଷର ଜେଲ ଦଣ୍ଡ ମିଳିଥିଲା।

ପଢନ୍ତୁ; ନିଜେ ପରୀକ୍ଷା କରି ଦେଖନ୍ତୁ, ହାତରେ ପିଆଜ ଘଷିବା ଦ୍ଵାରା କି ଫାଇଦା ମିଳିଥାଏ

Related posts

୨୪ରେ ଓଡିଶା ଆସିବେ ମୋଦି,ନବୀନ ଗଡରେ ହେବ ବଡ ସୋ

ENO Beuro

ଆକାଂକ୍ଷିତ ଜିଲ୍ଲା ଗସ୍ତ କରିବେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଅଧିକାରୀ

ENO Beuro

ଲଘୁଚାପ ହେଲା ଅବପାତ:୧୧ରେ ଆଉ ଏକ ଲଘୁଚାପ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More