News

ଭିଲାଇ ଷ୍ଟିଲପ୍ଲାଂଟରେ ବିସ୍ଫୋରଣ,୮ ମୃତ

ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଏକ ଗ୍ୟାସ ପାଇପରେ ବିସ୍ଫୋରଣ ହେବା ସହ ନିଆଁ ଲାଗି ଯାଇଛି ଯାହାଫଳରେ ୮ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇ ଥିବାବେଳେ ୧୪ଜଣ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

bhilai ଭିଲାଇ ଭିଲାଇ ଷ୍ଟିଲପ୍ଲାଂଟରେ ବିସ୍ଫୋରଣ,୮ ମୃତ bhilai

ଆଜି ସକାଳ ୧୧ଟାରେ ପ୍ଲାଣ୍ଟର ମରାମତି କାର୍ଯ୍ୟ ଚାଲିଥିବାବେଳେ ପାଇପ ଲାଇନରେ ୱେଲଡିଂ କରାଯାଉ ଥିଲା। ଦୁର୍ଘଟଣାବସତଃ ୱେଲଡିଂର ନିଆଁ ପାଇପ ଭିତରେ ଥିବା ଗ୍ୟାସ ସଂସ୍ପର୍ଷରେ ଆସିଯିବାରୁ ବିସ୍ଫୋରଣ ହୋଇଥିଲା। ଦୂର୍ଗ ଆଇଜି ଜିପି ସିଂହଙ୍କ ସୂଚନା ମୁତାବକ ଘଟଣାସ୍ଥଳରେ ୨୪ଜଣ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ନିଖୋଜ ଅଛନ୍ତି।

ସୂଚନାଯୋଗ୍ୟ,୨୦୧୪ ମସିହାରେ ଭିଲାଇ ଇସ୍ପାତ କାରଖାନାରେ ବିଶାକ୍ତ ଗ୍ୟାସ ନିର୍ଗତ ହେବା ଦ୍ୱାରା୬ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୫୦ ଜଣ ଆହତ ହୋଇଥିଲେ।

ପଢନ୍ତୁ;କରନ୍ତୁ ନାହିଁ ଏହି ୪ଟି ଭୁଲ୍‌ ନେଚେତ୍ ବିଗିଡି ଯାଇପାରେ ଆପଣଙ୍କ ଭାଗ୍ୟ

Related posts

ବିଜୟ ମାଲ୍ୟାଙ୍କୁ ଝଟକା,ଭାରତୀୟ ବ୍ୟାଙ୍କମାନଙ୍କ ସପକ୍ଷରେ ରାୟ ଶୁଣାଇଲେ ଲଣ୍ଡନ କୋର୍ଟ!

ଜାତୀୟ ଡିଜିଟାଲ ସଂଚାର ନୀତି-୨୦୧୮କୁ କ୍ୟାବିନେଟ ଅନୁମୋଦନ

Krishna Kumar Manoj

ଓଡିଶା ଛାଡିଲେ ପୂର୍ବତନ ରାଜ୍ୟପାଳ ଏସ.ସି ଜମିର! ବିମାନବନ୍ଦରରେ ପ୍ରଦାନ କରାଗଲା ଗାର୍ଡ ଅଫ୍ ଅନର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More