News

ଥରୁଛି ଆଭ୍ୟନ୍ତରୀଣ ଓଡିଶା,ପାରଦ ଖସିଲା ୮ ଡିଗ୍ରୀକୁ

fulbaani

ଉପକୂଳ ଓଡିଶାରେ ଶୀତ ପ୍ରକୋପ ସାମାନ୍ୟ କମିଛି। ଅପରପକ୍ଷରେ ଥଣ୍ଡାରେ ଥରୁଛି ଆଭ୍ୟନ୍ତରୀଣ ଓଡିଶା। ଫୁଲବାଣୀରେ ହାଡଭଙ୍ଗା ଜାଡ ଅନୁଭୂତି ହେଉଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୮ରୁ ୧୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଛି।

fulbaani

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗୀବାଡି ୧୦, ବାଲେଶ୍ୱର ୧୪.୮, ଅନୁଗୋଳ ୧୨.୬, କେନ୍ଦୁଝର ୧୪.୨, ତାଳଚେର ୧୪, ଭବାନୀପାଟଣା ୧୩.୨, ବଲାଙ୍ଗୀର ୧୪.୫, କୋରାପୁଟ ୧୨.୬, ଟିଟିଲାଗଡ ୧୩ ଏବଂ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ପାଣିପାଗ ପୂର୍ବନୁମାନ କହୁଛି, ରାଜ୍ୟରେ ଏବେ ପାଗ ଶୁଖିଲା ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ । ୨/୩ ଦିନ ପରେ ରାତ୍ରିକାଳୀନ ତାପମାତ୍ରା ସାମାନ୍ୟ ଖସିପରେ।

ପଢନ୍ତୁ;  ଆୟର୍ଲାଣ୍ଡକୁ ୨-୧ ଗୋଲରେ ହରାଇଲା ଅଷ୍ଟ୍ରେଲିଆ

Related posts

ହନୁମାନଙ୍କ ଭକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା!

ENO Beuro

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ବେଳେ ସ୍ଵାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ENO Beuro

ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର,ଆଇସିୟୁରେ ଚାଲିଛି ଚିକିତ୍ସା: ଗୁଜବ ସୃଷ୍ଟି ନ କରିବାକୁ ପତ୍ନୀଙ୍କ ଅନୁରୋଧ

ENO Beuro

Leave a Comment