କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ପ୍ରତି ବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଜାନୁଆରି ୮ ତାରିଖରେ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏଥିଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କ ସହ ବିଭିନ୍ନ ସେବା ପ୍ରଭାବିତ ହେବ ।ସିଟୁ ର ସାଧାରଣ ସମ୍ପାଦର ତପନ ସେନ ଏହି ସୂଚନା ଦେଇଛନ୍ତି । ଦେଶର ଆର୍ଥିକ ସ୍ଥିତି ଭଲ ନଥିବା ଅଭିଯୋଗରେ ଏହି ବନ୍ଦ ଡାକରା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଭାଗ ନେବା ବୋଲି ସେ ସୂଚନା ଦେଇଛନ୍ତି।
ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଘୋଷଣା କରିଥିବା ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନ କୁ ବିରୋଧ କରାଯାଇଛି । ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଭାଗ ନେବେ ବୋଲି ସେ ସୂଚନା ରହିଛି।
ପଢନ୍ତୁ: ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ନେଲାଣି ୫୦ କୋଟି ବନ୍ୟଜନ୍ତୁଙ୍କ ଜୀବନ