ପୁରୀ ହିଂସା: ପୁଣି ୮ ଗିରଫ

puri

ପୁରୀ ହିଂସା ନେଇ ସିଂହଦ୍ଵାର ଓ ଟାଉନ ଥାନା ପୁଲିସ ଜଣକ ପରେ ଜଣେ ହିଂସାକାରୀଙ୍କୁ ଗିରଫ କରୁଛି। ରବିବାର ପୁଣି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଫଳରେ ଗିରଫ ସଂଖ୍ୟା ୭୯ରେ ପହଞ୍ଚିଛି।

ସିଂହଦ୍ୱାର ଥାନା କେସ୍‌ ନଂ.୮୫/୧୮ରେ ମାର୍କଣ୍ଡେଶ୍ୱର ସାହିର ଯମ୍ବେଶ୍ୱର ପାତ୍ର ଓ ମରିଚିକୋଟ ଲେନ୍‌ର ରାଧାନାଥ ଦାଶ (ଶ୍ରୀମନ୍ଦିରର ଅଙ୍ଗାରୁଆ ସେବାୟତ)ଙ୍କୁ ଗିରଫ କରିଛି। ସେହିପରି ଟାଉନ ଥାନା ପୋଲିସ କେସ୍‌ ନଂ. ୧୬୮/୧୮ରେ ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପୁରୀ ହାତୀଶାଳ ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲା ଦିଗପହଣ୍ଡିର ହରିହର ସେଠୀ, ତଳୁଚ୍ଛ ସାହିର ଅଜୟ ମିଶ୍ର, କାଳିକାଦେବୀ ସାହିର ବଳଭଦ୍ର ନନ୍ଦ, ପୁରୀରେ ରହୁଥିବା ନୟାଗଡ଼ ଜିଲା ମାଣିକପାଟଣାର ସନ୍ତୋଷ ପାଢୀ, କାଳିକାଦେବୀ ସାହିର ଜଗନ୍ନାଥ ନନ୍ଦ ଓ ଚୁଡ଼ଙ୍ଗ ସାହିର ଉମାକାନ୍ତ ବେହେରା।

puri

ସୂଚନାଯୋଗ୍ୟ,ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ବେଳେ ପ୍ରବଳ ହିଂସା ଦେଖାଯାଇଥିଲା। ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀମାନେ ବଡ଼ଦାଣ୍ଡରେ ଲଙ୍କାକାଣ୍ଡ କରିଥିଲେ। ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେମାନେ ପୁଲିସ ଉପରକୁ ପଥରମାଡ କରିଥିଲେ। ଶ୍ରୀମନ୍ଦିର ସୂଚନା କେନ୍ଦ୍ର, ସିଂହଦ୍ୱାର ଫାଣ୍ଡି, ଶ୍ରୀମନ୍ଦିର କାର୍ଯ୍ୟାଳୟ, ରାଜସ୍ବ ମନ୍ତ୍ରୀଙ୍କ ବାସଭବନ ଆଦି ଭଙ୍ଗାରୁଜା ହୋଇଥିଲା। ସହରରେ ବ୍ୟାପକ ହିଂସା ଘଟିଥିଲା।

ପଢନ୍ତୁ; ସ୍ୱଚ୍ଛ ମିଶନରେ ସହଯୋଗ ପାଇଁ ପ୍ରସ୍ତାବ ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More