News

ଜାମ୍ମୁକାଶ୍ମୀରେ ଲସ୍କର-ଏ-ତୋଏବାର ୮ ଆତଙ୍କବାଦୀ ଗିରଫ

8 Terrorist Arrested 650x430

ଜମ୍ମୁ ଓ କାଶ୍ମୀର ସୋପୋର ଅଞ୍ଚଳରୁ ୮ ଆତଙ୍କବାଦୀଙ୍କୁ କାବୁ କଲା ପୁଲିସ ଓ ସେନାର ଏକ ସ୍ୱତନ୍ତ୍ର ଟିମ୍। ଏମାନେ ସ୍ଥାନୀୟ ବ୍ୟବସାୟୀଙ୍କୁ ଦୋକାନ ନଖୋଲିବାକୁ ଧମକ ଦେବା ସହ ହିଂସା ସୃଷ୍ଟି ପାଇଁ ଉଦ୍ୟମ କରୁଥିଲେ। ଗିରଫ ଆତଙ୍କବାଦୀମାନେ ପାକିସ୍ତାନର ଲକ୍ସର-ଏ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ଏମାନଙ୍କୁ ଅଜଣା ସ୍ଥାନରେ ରଖି ପଚରା ଉଚରା କରାଯାଉଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ଐଜାଜ୍‌ ମିର୍‌, ଓମାର ମିର୍‌, ତସିଫ୍‌ ନଜର, ଇମ୍‌ତିୟାଜ୍‌ ନଜର, ଓମାର ଆକ୍‌ବର, ଫୈଜାନ ଲତିଫ୍‌, ଦାନିସ ହବିବ୍‌ ଏବଂ ସୋକତ ଅହମ୍ମଦ ମିର୍‌।

ପୁଲିସ୍‌ ଏମାନଙ୍କୁ ଧରିବା ପରେ ଏମାନଙ୍କ ପାଖରୁ କମ୍ପ୍ୟୁଟର୍‌ ବ୍ୟତୀତ ପୋଷ୍ଟ୍‍ର ପ୍ରକାଶ କରିବା ପାଇଁ ଆଉ ଯାହା ସବୁ ଆବଶ୍ୟକୀୟ ସାମଗ୍ରୀ ଉଦ୍ଧାର କରିଛି। ତେବେ, ନିକଟରେ ଜମ୍ମୁ-କଶ୍ମୀରର ସାଧାରଣ ଜନତାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ଏମାନେ ସାମିଲ୍‌ ଅଛନ୍ତି କି ନାହିଁ ଜାଣିବା ପାଇଁ ପଲିସ୍‌ ତଦନ୍ତ ଆରମ୍ଭ କରିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସ୍ଥାନୀୟ ଅଞ୍ଚଳର ସକ୍ରିୟ ଆତଙ୍କବାଦୀ ସଜଦ ମିର୍‌, ତାଙ୍କ ସହଯୋଗୀ ହାଇଦର୍‌, ମୁଦାସିର୍‌ ପଣ୍ଡିତ୍‌ ଓ ଅସିଫ୍‌ ମକ୍‌ବଲ୍‌ ଭଟ୍ଟଙ୍କର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ସହ ସଂପୃକ୍ତି ରହିଛି।

ପଢନ୍ତୁ: ଦିନେ ଥିଲେ ପରମ ଶତ୍ରୁ, ଆଉ ଆଜି ସେ ମିତ୍ର

Related posts

୨୦ରେ ଚନ୍ଦ୍ରର ନିକଟବର୍ତ୍ତୀ ହେବ ଚନ୍ଦ୍ରଯାନ-୨: ଇସ୍ରୋ

Ratnamani Moharana

ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା: ୧୧ ଜିଲ୍ଲାରେ ହୋଇପାରେ କାଳବୈଶାଖୀ

ENO Beuro

‘ଚନ୍ଦ୍ରଯାନ-୨’ ଐତିହାସିକ ମୁହୂର୍ତ୍ତ ଆଉ ଅଳ୍ପ ଦୂର, ମଧ୍ୟରାତ୍ରିରେ ଚନ୍ଦ୍ରରେ ପାଦ ରଖିବ ଭାରତ

Ratnamani Moharana

Leave a Comment